ETV Bharat / city

'ଧୈର୍ଯ୍ୟ ଥିଲେ ସଫଳତା ମିଳେ' - upasana mohapatra

ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଓଡିଆ ଝିଅ ଉପାସନା ମହାପାତ୍ର ୧୧୯ତମ ସ୍ଥାନ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Apr 7, 2019, 6:17 AM IST

Updated : Apr 7, 2019, 7:03 AM IST

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଓଡିଆ ଝିଅ ଉପାସନା ମହାପାତ୍ର ୧୧୯ ତମ ସ୍ଥାନ ହାସଲ କରିଛନ୍ତି । ଦେଶର ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଅବସରରେ ସେ "ଇଟିଭି ଭାରତ"କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନିଜର ସଫଳତା ପଛର ରହସ୍ୟ ଖୋଲିଛନ୍ତି ।

ଦେଖନ୍ତୁ ଭିଡିଓ-

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ ଆମ ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତାକାରରେ ସେ ଏମିତି କହିଛନ୍ତି । ଯେ ତାଙ୍କ ସଫଳତାର ଚାବିକାଠି କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ଅଧ୍ୟବସାୟ । ଅନ୍ୟପଟେ ସଫଳତାରେ ଶ୍ରେୟ ଭଗବାନଙ୍କୁ ଦେବା ସହ ବାପା, ମା’ଙ୍କୁ ଦେଇଛନ୍ତି । ଉପାସନା ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ରଙ୍କ ଝିଅ ଓ ମାଆ ଜଣେ ଶିକ୍ଷକ ।

କେମିତି ଥିଲା ଉପାସନାଙ୍କ ପ୍ରସ୍ତୁତି?

ଏହାର ଉତ୍ତରରେ ଉପାସନା କହିଛନ୍ତି, ସେ ପ୍ରତିଦିନ 8ରୁ 9ଘଣ୍ଟା ପରିଶ୍ରମ କରିଥାନ୍ତି । ଏହା ଛଡା ସେ ପ୍ରତିଦିନ ଖବର କାଗଜ ସହ ସାଧାରଣ ଜ୍ଞାନ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ଏଥିସହ ନାଚରେ ରୁଚି ରଖୁଥିବା ଉପାସନା ନିଜ ପାଠପଢା ସହିତ ନୃତ୍ୟ ଶିକ୍ଷା ମଧ୍ୟ ଜାରି ରଖିଛନ୍ତି ।

ତେବେ ପ୍ରଥମ ଥରରେ ତାଙ୍କୁ ସଫଳତା ମିଳି ନଥିଲେ ମଧ୍ୟ ସେ ତାଙ୍କ ଚେଷ୍ଟା ଚଳାଇଥିଲେ। ଦ୍ୱତୀୟ ଥର ନିଜ ଦୁର୍ବଳତାକୁ ଜାଣି ପାରି କଠିନ ପରିଶ୍ରମ କରିଥିଲେ ଏବଂ ଶେଷରେ ଭାରତୀୟ ପ୍ରଶାସନିକ ସେବାରେ ସେ ୧୧୯ତମ ସ୍ଥାନରେ ହାସଲ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

dfvsdvg

Conclusion:
Last Updated : Apr 7, 2019, 7:03 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.