ETV Bharat / city

ଏବେ ସବୁ ଜିଲ୍ଲାରେ ପୀଡିତାଙ୍କ ସାଥୀ ‘ସଖୀ’

author img

By

Published : Nov 8, 2019, 12:00 AM IST

ଗତ ବୁଧବାର ବାଲେଶ୍ବର ଜିଲ୍ଲାରେ ଏବଂ ଗୁରୁବାର ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ବାରା ୱାନ୍‌ଷ୍ଟପ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି । ଏଥିସହିତ ରାଜ୍ୟର ୩୦ଟି ଜିଲ୍ଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି ।

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟକରୁଛି ୱାନ୍‌ ଷ୍ଟପ୍‌ ସେଣ୍ଟର- ‘ସଖୀ’ ।

ଏହା ପର୍ଯ୍ୟାୟକ୍ରମେ ଖୋଲିବା ସହ ଗତ ବୁଧବାର ବାଲେଶ୍ବର ଜିଲ୍ଲାରେ ଏବଂ ଗୁରୁବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ବାରା ୱାନ୍‌ଷ୍ଟପ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି । ଏଥିସହିତ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି ।

୨୦୧୫ ଅକ୍ଟୋବର ୧ ରେ ପ୍ରଥମ ‘ସଖୀ’ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ପାରିବାରିକ ହିଂସା, ଯୌତୁକ ନିର୍ଯାତନା, ବଳତ୍କାର, ମହିଳା ଚାଲାଣ, ଯୌନ ଉତ୍ପୀଡ଼ନ ଭଳି ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଉଦ୍ଧାର କରାଯାଇ ଏହି ଡାକ୍ତରଖାନା ଭିତ୍ତିକ ‘ସଖୀ’ କେନ୍ଦ୍ରଗୁଡ଼ିକରେ ରଖାଯାଇଥାଏ ।

ଏଠାରେ ପିଡ଼ୀତାଙ୍କୁ ଡାକ୍ତରୀ ଚିକିତ୍ସା, ମାନସିକ ସହାୟତା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଆଇନ ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥାଏ । ହିଂସାର ଶିକାର ହୋଇଥିବା ଯେକୌଣସି ୧୮ ବର୍ଷ ବୟସରୁ କମ ମହିଳା ଓ ବାଳିକା ଏହି ୱାନ୍‌ ଷ୍ଟପ୍‌ ସେଣ୍ଟର ଜରିଆରେ ଡାକ୍ତରୀ ସହାୟତା ପାଇବା ସହ ନିକଟସ୍ଥ ଥାନାରେ ଏଫ୍‌ଆଇଆର୍‌ ଦାଖଲ କରିପାରିବେ ।

ସେହିଭଳି ଘରୋଇ ହିଂସା ଆଇନ-୨୦୦୫ ଅନୁଯାୟୀ ପାରିବାରିକ ହିଂସା ରିପୋର୍ଟ ଦାଖଲ କରିବା ଦିଗରେ ସୁରକ୍ଷା ଅଧିକାରୀଙ୍କ ସହାୟତା ନେଇପାରିବେ । ଏଠାରେ ମଧ୍ୟ ପିଡ଼ୀତାଙ୍କୁ ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ଦିଆଯାଇଥାଏ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଆଶ୍ରୟ ଗୃହଗୁଡ଼ିକ ସହଯୋଗରେ ଆଇନଗତ ସହାୟତା ପ୍ରଦାନ କରାଯାଇଥାଏ ।

ଉଚ୍ଚଶିକ୍ଷିତ ଏବଂ ଦକ୍ଷ କେନ୍ଦ୍ର ପରିଚାଳକ ତଥା ପରାମର୍ଷଦାତାଙ୍କ ଦ୍ବାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିଥାଏ । ଡାକ୍ତର, ଓକିଲ ଏବଂ ପୋଲିସ ଅଧିକାରୀ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ସେବା ପ୍ରଦାନ କରିଥାନ୍ତି । ଏହି କେନ୍ଦ୍ରଗୁଡ଼ିକ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆଶ୍ରୟଗୃହ, ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟକରିଥାଏ ।

ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ଏହି ସେଣ୍ଟର ପରିଦର୍ଶନ କରିବା ସହ ଏହାର ପରିଚାଳନାକୁ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିଥାନ୍ତି । ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ସେଣ୍ଟରଗୁଡ଼ିକୁ ଅଧିକ ସଶକ୍ତ କରିବା ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀ ଏବଂ କର୍ମଚାରୀଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦିଆଯାଉଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିୟମିତ ଭାବେ ଏହି ୱାନ୍‌ ଷ୍ଟପ୍‌ ସେଣ୍ଟରଗୁଡ଼ିକର ପରିଚାଳନାକୁ ସମୀକ୍ଷା କରିବା ସହ ହିଂସାର ଶିକାର ହୋଇଥିବା ମହିଳାଙ୍କ କ୍ଷେତ୍ରରେ ସମନ୍ବିତ ପ୍ରକ୍ରିୟାରେ ନିଜ ନିଜ ଜିଲ୍ଲାରେ ଆବଶ୍ୟକୀୟ ସହାୟତା ପାଇବା ପାଇଁ ୱାନ୍‌ ଷ୍ଟପ୍‌ ସେଣ୍ଟର ଏକ ନିର୍ଭରଯୋଗ୍ୟ ମାଧ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ଆଇନ ସହାୟତା ଯୋଗାଇଦେବା କ୍ଷେତ୍ରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟକରୁଛି ୱାନ୍‌ ଷ୍ଟପ୍‌ ସେଣ୍ଟର- ‘ସଖୀ’ । ପର୍ଯ୍ୟାୟକ୍ରମେ ଖୋଲିବା ସହ ଗତକାଲି ବାଲେଶ୍ୱର ଜିଲ୍ଲାରେ ଏବଂ ଆଜି ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ୱାନ୍‌ଷ୍ଟପ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି । ଏଥି ସହିତ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ୨୦୧୫ ଅକେଫାବର ୧ ତାରିଖରେ ପ୍ରଥମ ‘ସଖୀ’ କେନ୍ଦ୍ର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ୍‌ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ପାରିବାରିକ ହିଂସା, ଯୌତୁକ ନିର୍ଯାତନା, ବଳତ୍କାର, ମହିଳା ଚାଲାଣ, ଯୌନ ଉତ୍ପୀଡ଼ନ ଭଳି ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଉଦ୍ଧାର କରାଯାଇ ଏହି ଡାକ୍ତରଖାନାଭିତ୍ତିକ ‘ସଖୀ’ କେନ୍ଦ୍ରଗୁଡ଼ିକରେ ରଖାଯାଇଥାଏ । ଏଠାରେ ପିଡ଼ୀତାଙ୍କୁ ଡାକ୍ତରୀ ଚିକିତ୍ସା, ମାନସିକ ସହାୟତା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଆଇନ ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥାଏ । ହିଂସାର ଶିକାର ହୋଇଥିବା ଯେକୌଣସି ୧୮ ବର୍ଷ ବୟସରୁ କମ ମହିଳା ଓ ବାଳିକା ଏହି ୱାନ୍‌ ଷ୍ଟପ୍‌ ସେଣ୍ଟର ଜରିଆରେ \nଡାକ୍ତରୀ ସହାୟତା ପାଇବା ସହ ନିକଟସ୍ଥ ଥାନାରେ ଏଫ୍‌ଆଇଆର୍‌ ଦାଖଲ କରି ପାରିବେ । ସେହିଭଳି ଘରୋଇ ହିଂସା ଆଇନ-୨୦୦୫ ଅନୁଯାୟୀ ପାରିବାରିକ ହିଂସା ରିପୋର୍ଟ ଦାଖଲ କରିବା ଦିଗରେ ସୁରକ୍ଷା ଅଧିକାରୀଙ୍କ ସହାୟତା ନେଇପାରିବେ । ଏଠାରେ ମଧ୍ୟ ପିଡ଼ୀତାଙ୍କୁ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ଦିଆଯାଇଥାଏ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଆଶ୍ରୟ ଗୃହଗୁଡ଼ିକ ସହଯୋଗରେ ଆଇନଗତ ସହାୟତା ପ୍ରଦାନ କରାଯାଇଥାଏ । ଉଚ୍ଚଶିକ୍ଷିତ ଏବଂ ଦକ୍ଷ କେନ୍ଦ୍ର ପରିଚାଳକ ତଥା କାଉନ୍‌ସେଲରମାନଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକରିଥାଏ । ଡାକ୍ତର, ଓକିଲ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ସେବା ପ୍ରଦାନ କରିଥାନ୍ତି । ଏହି କେନ୍ଦ୍ରଗୁଡ଼ିକ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆଶ୍ରୟଗୃହ, ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିଥାଏ । ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ଏହି ସେଣ୍ଟର ପରିଦର୍ଶନ କରିବା ସହ ଏହାର ପରିଚାଳନାକୁ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିଥାନ୍ତି । ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ସେଣ୍ଟରଗୁଡ଼ିକୁ ଅଧିକ ସଶକ୍ତ କରିବା ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦିଆଯାଉଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିୟମିତ ଭାବେ ଏହି ୱାନ୍‌ ଷ୍ଟପ୍‌ ସେଣ୍ଟରଗୁଡ଼ିକର ପରିଚାଳନାକୁ ସମୀକ୍ଷା କରିବା ସହ ହିଂସାର ଶିକାର ହୋଇଥିବା ମହିଳାମାନଙ୍କ କ୍ଷେତ୍ରରେ ସମନ୍ୱିତ ପ୍ରକ୍ରିୟାରେ ନିଜ ନିଜ ଜିଲ୍ଲାରେ ଆବଶ୍ୟକୀୟ ସହାୟତା ପାଇବା ପାଇଁ ୱାନ୍‌ ଷ୍ଟପ୍‌ ସେଣ୍ଟର ଏକ ନିର୍ଭରଯୋଗ୍ୟ ମାଧ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ।Body:KConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.