ETV Bharat / city

ଓ୍ବାନସାଇଡ ଲଭର ସାଇଡ଼ ଇଫେକ୍ଟ, ନାବାଳିକାକୁ ଆଖିମାରି ଯୁବକ ଗିରଫ - ଓ୍ବାନସାଇଡ ଲଭର ସାଇଡ଼ ଇଫେକ୍ଟ

ମହଙ୍ଗା ପଡିଲା ନାବାଳିକାକୁ ପିଛା କରିବା। ଓ୍ବାନସାଇଡ ଲଭ କରି ଫସିଲେ ଯୁବକ । ନାବାଳିକାକୁ ଆଖିମାରି ଯୁବକ ଗିରଫ। ଅଧିକ ପଢନ୍ତୁ....

one side lover arrested due to proposed a minor girl
ଓ୍ବାନସାଇଡ ଲଭର ସାଇଡ଼ ଇଫେକ୍ଟ,ନାବାଳିକାକୁ ଆଖିମାରି ଯୁବକ ଗିରଫ
author img

By

Published : Dec 8, 2020, 5:29 PM IST

ଭୁବନେଶ୍ବର : ମହଙ୍ଗା ପଡିଲା ନାବାଳିକାକୁ ପିଛା କରିବା। ଯୁକ୍ତଦୁଇ ପଢ଼ୁଥିବା ନାବାଳିକାକୁ ଆଖିମାରି ଯୁବକ ଗିରଫ। ୨୮ ବର୍ଷିୟ ଓ୍ବାନ ସାଇଡ଼ ଲଭରକୁ ଗିରଫ କରିଛି କମିସନରେଟ ପୋଲିସ। ଅଭିଯୁକ୍ତର ନାଁ ସୁବାଶ କାବୁ, ଘର ଧଉଳି ଥାନା ଶିଶୁପାଳଗଡ଼ ଗାଁରେ। ଯେକି ଲିଙ୍ଗରାଜ ଥାନା ଅଞ୍ଚଳର ଯୁକ୍ତ ୨ରେ ପଢ଼ୁଥିବା ଛାତ୍ରୀକୁ ମନେ ମନେ ଭଲପାଇ ବସିଥିଲେ। ଏପରିକି ପ୍ରେମରେ ଏମିତି ଉବୁଟୁବୁ ଥିଲେ। ଛାତ୍ରୀ ଜଣକ ଘରୁ ବାହାରିବା ଠୁ ଆରମ୍ଭ କରି ଟିଉସନ ପର୍ଯନ୍ତ। ଏପରିକି ସାଙ୍ଗ ସାଥିଙ୍କ ଘରକୁ ହେଉ ବା ମାର୍କେଟିଂ ଗଲେ ତାଙ୍କ ପିଛା କରୁଥିଲେ। ଏପରି ପିଛା କରୁଥିଲେ ଲୋକେ ବି ସେହି ଯୁବକର ଏପରି ଗତିବିଧି ଲକ୍ଷ କରି ନାବାଳିକାର ବାପାଙ୍କୁ ଜଣାଇଥିଲେ।

ଓ୍ବାନସାଇଡ ଲଭର ସାଇଡ଼ ଇଫେକ୍ଟ,ନାବାଳିକାକୁ ଆଖିମାରି ଯୁବକ ଗିରଫ

ଶେଷରେ ନାବାଳିକା ଜଣକ ତାଙ୍କ ବାପାଙ୍କ ଆଗରେ ସପୃକ୍ତ ଅଭିଯୁକ୍ତ ସମ୍ପର୍କରେ ବାପାକୁ ଜଣାଇଥିଲେ। ଏପରିକି ବାଟରେ ପିଛା କରିବା ସହ ଆଖି ମାରୁଥିଲେ। ଏବଂ ବାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲେ। ମନା କରିବାରୁ ମାରିବାର ଧମକ ଦେଉଥିଲେ। ଯାହାକୁ ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ସୁବାଶକୁ ଆଇପିସିର ଧାରା ୩୪୧-ପିଛା କରିବ,୨୯୪ ଗାଳିଗୁଲଜ କରିବା,୫୦୬ ଧମକ ଦେବା ,୩୫୪ ଡି-ଅସଦାଚରଣ ବ୍ୟବହାର କରିବା,୩୨୩-ଆଘାତ ଦେବା,୫୦୯-ଆଖିମାରି ଅଶାଳିନ ଇଙ୍ଗିତ କରିବା । ଏହାସହ ପୋକସୋ ଆକ୍ଟ ୧୨ରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.