ETV Bharat / city

ଆଜିଠୁ ସ୍ମାର୍ଟସିଟିରେ ଲାଗୁ ହେଲା 'ୱାନ୍‌ ନେସନ୍‌, ୱାନ୍‌ କାର୍ଡ' ବ୍ୟବସ୍ଥା

ରାଜଧାନୀର ପୌର ନିଗମ ଅଞ୍ଚଳରେ ଆଜି ଠାରୁ ୱାନ୍‌ ନେସନ୍‌, ୱାନ୍‌ କାର୍ଡ' ବ୍ୟବସ୍ଥା ଆରମ୍ଭ ହୋଇଛି । ହିତାଧିକାରୀମାନେ ନିଜ ଇଚ୍ଛା ଅନୁସାରେ କୌଣସି ଡିଲରଙ୍କ ନିକଟରୁ ତାଙ୍କର ମାସିକ ପିଡ଼ିଏସ ରାସନ ନେଇପାରିବେ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 1, 2019, 9:33 PM IST

ଭୁବନେଶ୍ବର: ରାଜଧାନୀର ପୌର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି 'ୱାନ୍‌ ନେସନ୍‌, ୱାନ୍‌ କାର୍ଡ' ବ୍ୟବସ୍ଥା । ଏଣିକି ହିତାଧିକାରୀମାନେ ନିଜ ଇଚ୍ଛା ଅନୁସାରେ କୌଣସି ଡିଲରଙ୍କ ନିକଟରୁ ତାଙ୍କର ମାସିକ ପିଡ଼ିଏସ ରାସନ ନେଇପାରିବେ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ପୂର୍ବରୁ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଡିଲରଙ୍କ ନିକଟରେ ପଞ୍ଜୀକୃତ ହେବା ସହ ସାମଗ୍ରୀ ପାଇବାକୁ ଅନେକ ଦୂରକୁ ଯିବାକୁ ପଡୁଥିଲା । ଏଥିସହିତ ସେମାନଙ୍କର ଅନେକ ସମୟ ଅପଚୟ ମଧ୍ୟ ହେଉଥିଲା । କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ଉପଭୋକ୍ତାମାନେ ପ୍ରଶଂସା କରିଛନ୍ତି । ଏଭଳି ବ୍ୟବସ୍ଥା ପିଡିଏସ ସାମଗ୍ରୀରେ ହେଉଥିବା ଦୁର୍ନୀତିକୁ ମଧ୍ୟ ରୋକିବାରେ ସଫଳ ହେବ ବୋଲି ଆଶା ଜାହିର କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ପୌର ନିଗମ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ମହତ୍ଵକାଂକ୍ଷି ଯୋଜନା "ୱାନ ନେସନ ୱାନ ରାସନ"ବ୍ୟବସ୍ଥା।ଯାହା ମାଧ୍ୟମରେ ରାସନ କାର୍ଡ ଧାରୀ ଭୁବନେଶ୍ୱର ପୌର ନିଗମ ଅନ୍ତର୍ଗତ ଯେ କୌଣସି ଡିଲରଙ୍କ ନିକଟରୁ ତାଙ୍କର ମାସିକ ପିଡ଼ିଏସ ରାସନ ସାମଗ୍ରୀ ଉଠାଇବାର ସୁବିଧା ପାଇପାରିବେ।

Body:ଆଗର ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଡିଲର ଙ୍କ ନିକଟରେ ପଞ୍ଜିକୃତ ହେବା ସହ ସାମଗ୍ରୀ ପାଇବାକୁ ଅନେକ ଦୂର ଯିବା ପାଇଁ ପଡୁଥିବା ବେଳେ ବହୁତ ସମୟ ଅପେକ୍ଷାରେ ଅପଚୟ ମଧ୍ୟ ହେଉଥିବା ରାସନ କାର୍ଡ ଧାରୀ ମାନେ କହିଛନ୍ତି।ଯାହାକି ଏହି ବ୍ୟବସ୍ଥା ଦ୍ୱାରା ସେଥିରୁ ସୁଫଳ ମିଳିବ ବୋଲି ସେମାନେ କହିଛନ୍ତି।ଆହୁରି ମଧ୍ୟ ଜଣେ ଯଦି ନିଜ କର୍ମସ୍ଥଳୀ କୁ କାର୍ଯ୍ୟ କରିବାକୁ ଯାଉଥାଏ ସେ ତାହା ନିକଟରେ ଥିବା ଡିଲର ନିକଟରୁ ଘରକୁ ଫେରିବା ସମୟରେ ମଧ୍ୟ ଏହା ଆଣିବାରେ ସୁବିଧା ହେବ।ତେବେ ଆଗଭଳି ଏଥିରେ ଭିଡ଼ ହ୍ରାସ ର ସମ୍ଭାବନା ନ ଥିଲେ ମଧ୍ୟ ଦୂର ଦୁରାନ୍ତରୁ ଆସୁଥିବା ଲୋକମାନଙ୍କ ପାଇଁ ଏହା ସୁବିଧା ହେବ।ଆଗକୁ ଏହି ବ୍ୟବସ୍ଥା ସମଗ୍ର ଦେଶରେ ଲାଗୁ ହେଲେ ଜଣେ ବାହାର ରାଜ୍ୟରେ କାମ କରିବାକୁ ଯାଉଥିବା ଶ୍ରମିକ ସେଠାରେ ଥିବା ପିଡ଼ିଏସ ଡିଲର ନିକଟରୁ ଏହି ସାମଗ୍ରୀ ପାଇଁ ପାରିଲେ ଆହୁରି ଅନେକ ଭଲ ହେବ ବୋଲି ଜଣେ ଉପଭୋକ୍ତା କହିଛନ୍ତି।ତେବେ ଯାହାବି ହେଉ ଏହି ବ୍ୟବସ୍ଥା ଆଗାମୀ ଦିନରେ ସାଧାରଣ ଜନତାଙ୍କ ପାଇଁ ଅନେକ ପରିବର୍ତ୍ତନ ଆଣିଦେବା ସହ ଏଥିରେ ହେଉଥିବା ଅନେକ ପ୍ରକାର ଦୁର୍ନୀତିକୁ ମଧ୍ୟ ରୋକାଯାଇ ପାରିବ ବୋଲି କୁହାଯାଏ।
ବାଇଟ -pds ଡିଲର-ଦାମୋଦର ସାହୁ,
ବାଇଟ-ଉପଭୋକ୍ତା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.