ETV Bharat / city

ନୂଆବର୍ଷରେ ରାଜଧାନୀରେ ଗଡିଲା ମୁଣ୍ଡ, ଗୋଷ୍ଠୀ ସଙ୍ଘର୍ଷ ନେଲା ଜୀବନ

author img

By

Published : Jan 1, 2022, 9:31 AM IST

Updated : Jan 1, 2022, 11:00 AM IST

ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୋଜିଭାତ ଆସର ବେଳେ ଦୁଇ ଗୋଷ୍ଠି ସଂଘର୍ଷକୁ ନେଇ ଗଡିଲା ମୁଣ୍ଡ । ରାଜଧାନୀ ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଖେଳପଡିଆ ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ଅନ୍ୟ ଗୋଷ୍ଠୀର ଲୋକେ। ଅଧିକ ପଢନ୍ତୁ

ନୂଆ ବର୍ଷରେ ଗଡିଲା ମୁଣ୍ଡ, ଗୋଷ୍ଠି ସଙ୍ଘର୍ଷ ନେଲା ଜୀବନ

ଭୁବନେଶ୍ବର : ନୂଆ ବର୍ଷ ଆରମ୍ଭରୁ ଜଘନ୍ୟ ହତ୍ୟା । ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୋଜିଭାତ ଆସର ବେଳେ ଦୁଇ ଗୋଷ୍ଠି ସଂଘର୍ଷକୁ ନେଇ ଗଡିଲା ମୁଣ୍ଡ । ରାଜଧାନୀ ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଖେଳପଡିଆ ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ଅନ୍ୟ ଗୋଷ୍ଠୀର ଲୋକେ। ମୃତକ ଜଣଙ୍କ ହେଉଛନ୍ତି ନୂଆସାହିର ଦିପୁ ରାଉତ। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

ନୂଆବର୍ଷରେ ରାଜଧାନୀରେ ଗଡିଲା ମୁଣ୍ଡ, ଗୋଷ୍ଠୀ ସଙ୍ଘର୍ଷ ନେଲା ଜୀବନ

ସୂଚନା ଅନୁୟାୟୀ ନୂଆ ସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ପାଇଁ ଗତକାଲି ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳ ପଟୁ କିଛି ଯୁବକ ଆସି ପାଟିତୁଣ୍ଡ କରିବାରୁ ପରିସ୍ଥିତି ଅଣାୟତ ହୋଇଥିଲା । ଏହାପରେ କିଛି ଯୁବକ ଅତର୍କିତ ଭାବେ ଖଣ୍ଡାରେ ଦିପୁ ରାଉତଙ୍କୁ ଆକ୍ରମଣ କରିଥିବା କହିଛନ୍ତି ସ୍ଥାନିୟ ଲୋକେ । ଏନେଇ ଖବର ପାଇ ଘଟମାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଦୁଇବର୍ଷ ତଳେ ଦୀପାବଳି ଦିନ ଏହିପରି ସମାନ ଢଙ୍ଗରେ ଅମରେଶଙ୍କୁ ହତ୍ୟା କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 1, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.