ETV Bharat / city

ଚାଲିଛି ରାସନ କାର୍ଡ ସହ ଆଧାର ଲିଙ୍କ୍: ‘ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ’

author img

By

Published : Aug 10, 2019, 11:30 PM IST

Updated : Aug 11, 2019, 12:26 AM IST

ଖାଦ୍ୟ ସୁରକ୍ଷା ଆଇନରେ ପଶି ଆସିଛନ୍ତି ଅଯୋଗ୍ୟ ଅସାଧୁ ହିତାଧିକାରୀ । ଅସାଧୁଙ୍କୁ ସାବାଡ କରିବାକୁ ଚାଲିଛି ଆଧାର ଲିଙ୍କ । ବାଦ ପଡିବେ ଅଯୋଗ୍ୟ ହିତାଧିକକରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିବେ ନାହିଁ । ଏହାସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ରାସନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାଦ୍ବାରା ଯୋଗ୍ୟ ଅଯୋଗ୍ୟ ହିତାଧିକାରୀ ଜଣାପଡିବେ । ପ୍ରଥମେ ଏମଡିଏମ ହେଲା ଆଧାର ଲିଙ୍କ । ଏବେ ରାସନ କାର୍ଡ ପାଇଁ ଚାଲିଛି ଆଧାର ଲିଙ୍କ । ସରକାରଙ୍କ ଉଦ୍ଦେଶ୍ୟ ହେଉଛି ରାସନ କାର୍ଡରେ ସ୍ବଚ୍ଛତା ଆଣିବା ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏହାସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ସହ ଯେଉଁମାନେ ଦୁଇଟି ଆଧାର କାର୍ଡ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ସରକାରଙ୍କ ଏହି ପଦକ୍ଷେପକୁ ନେଇ ବର୍ଷିଛନ୍ତି ବିରୋଧୀ । ରାସନ କାର୍ଡ ପ୍ରାରମ୍ଭରୁ ଏହାର ସ୍ବଚ୍ଛତା ନେଇ ବିରୋଧୀ ଅଭିଯୋଗ କରିଥିଲେ ମଧ୍ୟ ସେତେବେଳେ ସରକାର ଏହାକୁ ମାନିନଥିଲେ । ଏବେ ସରକାର କେମିତି ଏହାକୁ ମୁକାବିଲା କରିବେ ବୋଲି କହିଛନ୍ତି ବିରୋଧୀ ।

ଏହାସହ ଦାବି କରିଛନ୍ତି ତୁରନ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାସହ ଚଞ୍ଚକତା କରି କାର୍ଡ ନେଇଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ ।

ଭୁବନେଶ୍ବରରୁ ତପନ ଦାଶ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ସ୍ଵଛତା ଆଣୁଛନ୍ତି ରାଜ୍ୟ ସରକାର ।ରାସନ କାର୍ଡ କୁ ଆଧାର ସହ ଲିଙ୍କ କରାଯାଉଛି ।ଏହି ପ୍ରକ୍ରିୟା ରେ ଅଯୋଗ୍ୟ ହିତାଧିକାରୀଙ୍କ ବାଦ ପଡିବା ସହ ପ୍ରକୃତ ହିତାଧିକାରୀ ଚିହ୍ନଟ ହୋଇପାରିବ ।ବିରୋଧୀ ଏନେଇ ସରକାରଙ୍କୁ କଠାଗଠାରେ ଛିଡା କରାଇଛନ୍ତି ।ବିଜେପି ଏନେଇ କହିଛି ଯେ ,ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କୁ ପୂର୍ବରୁ ଅସ୍ଵୀକାର କରୁଥିଲେ ଏବେ ମାନିଛନ୍ତି ।ଏଥିରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦରକାର ।ପ୍ରଥମେ ଏମଡିଏମ ପାଇଁ ଆଧାର ପାଇଁ ହେଲା ଆଧାର ଲିଙ୍କ ଶେଷ ହୋଇଥିବା ବେଳେ ଏବେ ରାସନ କାର୍ଡ ପାଇଁ ଚାଲିଛି ଆଧାର ଲିଙ୍କ ।Body:ଉଦ୍ଦେଶ୍ୟ ରହିଛି ଏହାର ସ୍ଵଛତା ଅବଲମ୍ବନ କରାଯାଇଛି ।ଏହା ସହ ଦୁଇଟି ରାସନ କାର୍ଡ ରଖିଥିବା ବ୍ୟକ୍ତି ବାଦ୍ ପଡିବେ ।ଏବେ ସୁଦ୍ଧା ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ହୋଇଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସୂଚନା ଦେଇଛନ୍ତି ।ଏଇସିସି) ସୋସିଆଲ ଇକୋନୋମିକ୍ କାଷ୍ଠ ସେନସସ୍ ଅନୁସାରେ ରାଜ୍ୟର ୩ କୋଟି ୨୬ଲକ୍ଷ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ରହିଛି ।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଏହି ହିତାଧିକାରୀ ମାନେ ଲାଭଉଠାଉ ଛନ୍ତି ।

ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ କାର୍ଡ ଧାରୀ ଙ୍କୁ ସୁବିଧା ମିଳୁଛି ।ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରେ ରାଜ୍ୟ ସରକାର ଆଧାର ଲିଙ୍କ କରିବାକୁ ବାଧ୍ୟ ହେଉଛନ୍ତି ।ପୂର୍ବରୁ ରାସନ କାର୍ଡ ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆସୁଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି ।
Conclusion:ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଅନୁସାରେ ରାସନକାର୍ଡ କୁ ୩ ଟି ସ୍ତରରେ ବଣ୍ଟନ ବ୍ୟବସ୍ଥା ରହିଥିବା ବେଳେ ।ଏହି ତାଲିକା ରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ଯାହା ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି ।ଏବେ ଏଥିରେ ସ୍ଵଛତା ଆସିବ ।

ବାଇଟ୍ -ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ
ବାଇଟ୍ -ଗୋଲକ ମହାପାତ୍ର ମୁଖପାତ୍ର ବିଜେପି (ସଞ୍ଜୀବ ପଠେଇଥିବ)
Last Updated : Aug 11, 2019, 12:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.