ETV Bharat / city

୫ କୋଟିର ଫେକ ଏଗ୍ରିମେଣ୍ଟରେ ଠକେଇ, ଠକ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗିରଫ

author img

By

Published : Jan 18, 2022, 10:48 AM IST

୫ କୋଟିର ଫେକ୍ ଏଗ୍ରିମେଣ୍ଟରେ ଠକେଇ । ଠକ ସିଣ୍ଡିକେଟର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

୫ କୋଟିର ଫେକ ଏଗ୍ରିମେଣ୍ଟରେ ଠକେଇ, ଠକ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗିରଫ
୫ କୋଟିର ଫେକ ଏଗ୍ରିମେଣ୍ଟରେ ଠକେଇ, ଠକ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର: ବ୍ୟାଙ୍କ ଋଣ ସୁଝିବା ପାଇଁ ବ୍ୟବସାୟୀଙ୍କ ଠାରୁ ଟଙ୍କା ଉଧାର ଆଣିଲେ । ପ୍ରତିବଦଳରେ ତାଙ୍କ ନାଁରେ ଜମି ବିକ୍ରି କରିବାର ଏଗ୍ରିମେଣ୍ଟ କଲେ । ହେଲେ ଟଙ୍କା ମିଳିବା ପରେ ଫେରାର୍ ହୋଇଗଲେ ଠକ । ରାଜଧାନୀ ଭୁବନେଶ୍ବରରୁ ଏଭଳି ଠକେଇ ଅଭିଯୋଗ ହୋଇଛି । ଏହି ସିଣ୍ଡିକେଟର ମାଷ୍ଟରମାଇଣ୍ଡ ପଦାରବିନ୍ଦ ମହାପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଏବେ ବି ତିନି ଅଭିଯୁକ୍ତ ଫେରାର୍ ରହିଛନ୍ତି ।

ସୁଚନା ମୁତାବକ, ଓଡିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ତରଫରୁ ପ୍ଲଟ୍ ନଂ 216 ଏବଂ 216/1, ଖାତା ନଂ 1076, ରାଜସ୍ୱ ପ୍ଲଟ୍ ନଂ 4941, ଜୋନ୍ ବି, ସେକ୍ଟର ଏକୁ M /S ବାପ୍ସା ଏଣ୍ଟରପ୍ରାଇଜେର୍ସର ବାଣୀ ମହାପାତ୍ର, ପଦାରବିନ୍ଦ ମହାପାତ୍ର ଏବଂ ସୌମତ୍ର ମହାପାତ୍ରଙ୍କୁ ନ୍ୟସ୍ତ କରାଯାଇଥିଲା । ଉକ୍ତ ପ୍ଲଟ ଉପରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ସହିଦନଗର ଶାଖାରୁ ସେମାନେ ଋଣ ନେଇଥିଲେ । ହେଲେ ପରେ ୫ କୋଟି ଋଣ ଟଙ୍କା ପରିଶୋଧ ନ କରିବାରୁ ଉକ୍ତ ସମ୍ପତ୍ତିକୁ ଇ-ନିଲାମ ପାଇଁ ବ୍ୟାଙ୍କ ବିଜ୍ଞାପନ ପ୍ରକାଶ କରିଥିଲା ।

୧ କୋଟି ୬୫ ଲକ୍ଷ ଟଙ୍କା ଦେଇ ବ୍ୟାଙ୍କ ସହିତ ସେମାନେ ୱାନ ଟାଇମ୍‌ ସେଟେଲମେଣ୍ଟ(One Time Settlement) ଦ୍ଵାରା ଦେୟ ସମାଧାନ କରିଥିଲେ । କିନ୍ତୁ ବକେୟା ଋଣ ପରିଶୋଧ କରିବାକୁ ଅଭିଯୁକ୍ତ ପଦାରବିନ୍ଦ ଆଉ ତାଙ୍କର ସହଯୋଗୀମାନେ ବିଫଳ ହୋଇଥିଲେ ।

ଏହାପରେ ଅଭିଯୁକ୍ତମାନେ ବ୍ୟବସାୟୀ ଚୌଧୁରୀ ପ୍ରତାପ କୁମାର ଦାସଙ୍କ ନିକଟକୁ ଯାଇ ସେହି ସମ୍ପତ୍ତିର ବ୍ୟାଙ୍କ ଋଣ ପରିଶୋଧ କରିବାକୁ ଅନୁରୋଧ କରିଥିଲେ । ପ୍ରତିବଦଳରେ ବୋର୍ଡ ରିଜଲ୍ୟୁସନରେ ସର୍ବସମ୍ମତି କ୍ରମେ ଚୌଧୁରୀ ପ୍ରତାପ କୁମାର ଦାସଙ୍କ ସପକ୍ଷରେ ସମ୍ପତ୍ତି ବିକ୍ରୟ କରିବାକୁ ଏଗ୍ରିମେଣ୍ଟ କରିଥିଲେ । ଏନେଇ କମ୍ପାନୀ ତିନି ମେମ୍ବରଙ୍କ ଦ୍ବାରା ଆବଶ୍ୟକୀୟ ଦସ୍ତାବିଜ କାର୍ଯ୍ୟକାରୀ କରିବାକୁ ଅଭିଯୁକ୍ତ ପଦାରବିନ୍ଦ ମହାପାତ୍ରଙ୍କୁ ଅନୁମତି ଦିଆଯାଇଥିଲା ।

ଚୁକ୍ତିନାମା ଅନୁଯାୟୀ, ସମୁଦାୟ ୧, ୬୫, ୦୦,୦୦୦ ଟଙ୍କା ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଦେଇ ଋଣ ପରିଶୋଧ କରିଥିଲେ । ହେଲେ ସମ୍ପତ୍ତିର ମୋଟ ମୂଲ୍ୟ ୨, ୯୦, ୦୦, ୦୦୦ ଟଙ୍କା ସ୍ଥିର ହୋଇଥିଲା ଏବଂ ଅଭିଯୁକ୍ତ ସମସ୍ତ ଆନୁଷ୍ଠାନିକତା ସହିତ IDCOରେ ଚୌଧୁରୀ ପ୍ରତାପଙ୍କ ନାଁରେ ସମ୍ପତ୍ତି ହସ୍ତାନ୍ତର ପାଇଁ ଆବେଦନ କରିବାକୁ ସ୍ଥିରୀକୃତ ହୋଇଥିଲା । ହେଲେ ଚୌଧୁରୀ ଅଭିଯୁକ୍ତମାନଙ୍କୁ ସର୍ବମୋଟ ୨, ୧୨, ୦୧, ୦୦୦ ଟଙ୍କା ଦେବା ପରେ ମଧ୍ୟ ସମ୍ପତ୍ତି ହସ୍ତାନ୍ତର ପାଇଁ ସେମାନେ ପଦକ୍ଷେପ ନ ନେବାରୁ ଶେଷରେ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ଛାନ୍‌ଭିନ୍ ପରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଞ୍ଚେଶ୍ଵର ପୋଲିସ ଅଭିଯୁକ୍ତ ପଦାରବିନ୍ଦଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ଗିରଫ କରିଛି ଓ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପଦାରବିନ୍ଦ ମହାପାତ୍ର ଆଗରୁ ବଡଗଡ ଥାନା ଏବଂ EOWରେ ଠକେଇ ମାମଲାରେ ଅନ୍ତର୍ଭୁକ୍ତ ଅଛନ୍ତି । ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାପାଇଁ ପ୍ରୟାସ ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.