ETV Bharat / city

ଆସନ୍ତା 29 ରୁ ବିଧାନସଭା ଅଧିବେଶନ: 756 ଜଣଙ୍କ କୋରୋନା ଟେଷ୍ଟ

ଆସନ୍ତା 29 ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏଥିପାଇଁ ପ୍ରଥମ ଦିନରେ 756 ଜଣଙ୍କର କୋରୋନା ଟେଷ୍ଟ କରାଯାଇଛି ।

author img

By

Published : Sep 26, 2020, 10:12 PM IST

ବିଧାନସଭରେ ପ୍ରଥମ ଦିନ, 756 ଜଣଙ୍କର କୋରୋନା ଟେଷ୍ଟ

ଭୁବନେଶ୍ବର: ଆସନ୍ତା 29 ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ତେବେ କୋରୋନା ଭୟାବହତା ଲାଗି ରହିଥିବା ବେଳେ ଏହା ପୂର୍ବରୁ ଅନେକ ସତର୍କତା ଅବଲମ୍ବନ କରାଯାଉଛି । ଆଜି ବିଧାନସଭା ପାଇଁ ପ୍ରଥମ ଦିନରେ 756 ଜଣଙ୍କର କୋରୋନା ଟେଷ୍ଟ କରାଯାଇଛି।

ଏଥି ମଧ୍ୟରେ ଅଛନ୍ତି ବିଧାୟକ, ବିଧାନସଭାର କର୍ମଚାରୀ ଓ ସାମ୍ବାଦିକ । ବାଚସ୍ପତିଙ୍କ ସହ 20 ଜଣ ବିଧାୟକଙ୍କର ହୋଇଛି ନମୁନା ପରୀକ୍ଷା । ଏନେଇ ଵିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ଓ ସୋମବାର ବି ଟେଷ୍ଟ ଜାରି ରହିବ । ଆଜି ମୋଟ 768 ଜଣ ଟେଷ୍ଟ କରିବା ପାଇଁ ପଞ୍ଜୀକୃତ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.