ETV Bharat / city

ପ୍ରଥମ ଦିନରେ ନେଲେ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରିକସନ୍‌ ଡୋଜ - ଓଡିଶାରେ କୋଭିଡ ପ୍ରିକସନ ଟୀକାକରଣ

ରାଜ୍ୟରେ ଗତକାଲି(ସୋମବାର)ଠାରୁ ଆରମ୍ଭ ହୋଇଯାଇଛି କୋଭିଡର ପ୍ରିକସନ ଟୀକାକରଣ (precaution dose vaccination) । ପ୍ରଥମ ଦିନରେ ୫୫ ହଜାର ୭୮୧ ଜଣ ପ୍ରିକସନ ଡୋଜ୍‌ ନେଇଛନ୍ତି । ଅଧିକ ପଢନ୍ତୁ

ପ୍ରଥମ ଦିନରେ ନେଲେ 50 ହଜାରରୁ ଉର୍ଦ୍ଧ୍ବ ପ୍ରିକସନ ଡୋଜ

author img

By

Published : Jan 11, 2022, 5:09 PM IST

ଭୁବନେଶ୍ବର: ରାଜ୍ୟରେ ଗତକାଲି(ସୋମବାର) ଠାରୁ ଆରମ୍ଭ ହୋଇଯାଇଛି କୋଭିଡର ପ୍ରିକସନ ଟୀକାକରଣ (precaution dose vaccination) । ପ୍ରଥମ ଦିନରେ ୫୫ ହଜାର ୭୮୧ ଜଣ ପ୍ରିକସନ ଡୋଜ୍‌ ନେଇଛନ୍ତି । ପ୍ରିକସନ ଡୋଜ୍‌ ନେବାକୁ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ବରିଷ୍ଠ ନାଗରିକ, ସମ୍ମୁଖ ଯୋଦ୍ଧା ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭିଡ଼ ଜମିଥିବାବେଳେ ବହୁ ଅବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥିତି ଏଭଳି ହେଲା ଯେ, ଟୀକାକରଣ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

ତେବେ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଗଞ୍ଜାମରେ ୫୬୮୧, ଖୋର୍ଦ୍ଧାରେ ୬୦୯୭, କଟକରେ ୪୩୦୨, ବାଲେଶ୍ବରରେ ୩୫୭୫, ମୟୂରଭଞ୍ଜରେ ୨୩୯୪, ସୁନ୍ଦରଗଡ଼ରେ ୨୦୬୮, ଯାଜପୁରରେ ୧୧୦୦, କେନ୍ଦୁଝରରେ ୨୬୦୦, ପୁରୀରେ ୨୪୮୪, ଭଦ୍ରକରେ ୧୧୮୦, ବଲାଙ୍ଗୀରରେ ୧୩୯୭, କୋରାପୁଟରେ ୧୫୧୭, ବରଗଡ଼ରେ ୮୩୫, ସମ୍ବଲପୁରରେ ୧୧୬୦, ଅନୁଗୁଳରେ ୧୧୫୮, ଢେଙ୍କାନାଳରେ ୫୮୮, ନବରଙ୍ଗପୁରରେ ୨୧୬୧, ଜଗତସିଂହପୁରରେ ୨୮୧୫, ନୟାଗଡ଼ରେ ୧୬୯୦, ରାୟଗଡ଼ାରେ ୧୪୦୫, ସୋନପୁରରେ ୨୦୦୮, କନ୍ଧମାଳରେ ୯୧୭, ଝାରସୁଗୁଡ଼ାରେ ୧୫୫୧ , ନୂଆପଡ଼ାରେ ୮୨୧, ମାଲକାନଗିରିରେ ୫୧୭, ଗଜପତିରେ ୫୧୬, ବୌଦ୍ଧରେ ୨୦୬, ଦେବଗଡ଼ରେ ୧୩୧, କଳାହାଣ୍ଡିରେ ୧୬୦୬, କେନ୍ଦ୍ରାପଡ଼ାରେ ୧୨୮୩ ପ୍ରିକସନ ଡୋଜ ନେଇଛନ୍ତି ।

ପ୍ରଥମ ଦିନରେ ନେଲେ 50 ହଜାରରୁ ଉର୍ଦ୍ଧ୍ବ ପ୍ରିକସନ ଡୋଜ

ତେବେ ଯେଉଁମାନଙ୍କର ଦ୍ବିତୀୟ ଡୋଜକୁ ୯ମାସ ବା ୩୯ ସପ୍ତାହ ହୋଇଛି ସେମାନଙ୍କୁ ଏବେ ପ୍ରିକସନ୍‌ ଡୋଜ ଦିଆଯାଉଛି । ସେପଟେ ୧୫ରୁ ୧୮ ବର୍ଷ ମଧ୍ୟରେ ୧ ଲକ୍ଷ ୨ ହଜାର ୯୩୩ ଜଣ ଟିକା ନେଇଛନ୍ତି । ଆଜି(ମଙ୍ଗଳବାର) ସୁଦ୍ଧା ରାଜ୍ୟରେ ୫ କୋଟି ୨୮ ଲକ୍ଷ ୮୦ ହଜାର ଡୋଜ୍‌ ଟିକା ଦିଆ ଯାଇଛି । ୯୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୬୮ ପ୍ରତିଶତ ଦ୍ବିତୀୟ ଡୋଜ ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.