ETV Bharat / city

କୋଭିଡ ନିୟମକୁ ଅଣଦେଖା: ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ

କୋଭିଡ ନିୟମକୁ ଉଲ୍ଲଂଘନ କରି ଭୁବନେଶ୍ୱରରେ ଚାଲିଛି ଗୁରୁକୁଳ । ରିଲିଫ କମିଶନରଙ୍କ ବିଜ୍ଞପ୍ତି ଏବଂ ବିଏମସି ପକ୍ଷରୁ ଥିବା କଟକଣାକୁ ଉଲ୍ଲଂଘନ କରି ବରଗଡ କେନାଲ ରୋଡ଼ରେ ଥିବା ଓମ୍ ଗୁରୁକୁଳ ସ୍କୁଲରେ ଚାଲିଛି ପାଠପଢା । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଅଣଦେଖା: ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ
ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ
author img

By

Published : May 4, 2021, 12:12 PM IST

Updated : May 4, 2021, 4:53 PM IST

ଭୁବନେଶ୍ବର: କୋଭିଡ ନିୟମକୁ ଉଲ୍ଲଂଘନ କରି ଭୁବନେଶ୍ୱରରେ ଚାଲିଛି ଗୁରୁକୁଳ । ରିଲିଫ କମିଶନରଙ୍କ ବିଜ୍ଞପ୍ତି ଏବଂ ବିଏମସି ପକ୍ଷରୁ ଥିବା କଟକଣାକୁ ଉଲ୍ଲଂଘନ କରି ବରଗଡ କେନାଲ ରୋଡ଼ରେ ଥିବା ଓମ ଗୁରୁକୁଳ ସ୍କୁଲରେ ଚାଲିଛି ପାଠପଢା । ରାଜ୍ୟରେ ସଂକ୍ରମଣ ବଢୁଥିବା କାରଣରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି । ଏପଟେ କୋଭିଡ ନିୟମ ଓ ସରକାରଙ୍କର ଗାଇଡଲାଇନକୁ ଅଣଦେଖା କରି ଚାଲିଛି ସ୍କୁଲ୍ ।

କୋଭିଡ ନିୟମକୁ ଅଣଦେଖା: ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ

ଏଠାରେ 50ରୁ ଅଧିକ ପିଲାଙ୍କୁ ଏକାଠି ରଖି ପାଠ ପଢ଼ା ଯାଉଛି । ସରକାର ସମସ୍ତ ହଷ୍ଟେଲ ବନ୍ଦ କରି ପିଲାଙ୍କୁ ଘରକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗୁରୁକୁଳର ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇନି । ଏଠାରେ ଖାଦ୍ୟପେୟ ସହ ପିଲାଙ୍କୁ ଏକାଠି ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ବିଏମସି ପକ୍ଷରୁ ଚଢାଉ କରାଯାଇ ପିଲାଙ୍କୁ ଘରକୁ ପଠାଇବାକୁ ତାଗିଦ୍ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 4, 2021, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.