ETV Bharat / city

ଆଇକନିକ୍ ଟୁରିଜିମ ଲିଷ୍ଟ: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସ୍ଥାନ ଦେବାକୁ ନବୀନଙ୍କ ଚିଠି

author img

By

Published : Jul 10, 2019, 9:46 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାର ଥିବା ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅତି କମରେ ଦୁଇଟିକୁ ଆଇକନିକ୍ ଟୁରିଜିମରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଫାଇଲ ଫଟୋ

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ କେନ୍ଦ୍ରର ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଥିଲେ । ହେଲେ ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନାହିଁ ।

bbsr
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାର ଥିବା ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅତି କମରେ ଦୁଇଟିକୁ ଆଇକନିକ୍ ଟୁରିଜିମରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ରାଜ୍ୟର କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତରକନିକା ଜାତୀୟ ପାର୍କ, ଶିମିଳିପାଳ ଓ ଡାଇମଣ୍ଡ ଟ୍ରାଇଏଙ୍ଗଲ୍ ବୁଦ୍ଧିଷ୍ଟ ସର୍କିଟ୍ ବା ରତ୍ନଗିରି-ଉଦୟଗିରି-ଲଳିତଗିରି ମଧ୍ୟରୁ ଅତି କମ୍‌ରେ ଦୁଇଟିକୁ ଆଇକନିକ୍ ଟୁରିଜିମ ତାଲିକାରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଚଳିତ ବଜେଟରେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାର ଅତି କମରେ ୨-୩ଟି ପର୍ଯ୍ୟଟନ ସ୍ଥଳ ଏଥିରେ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା । ହେଲେ ତାଲିକା ପ୍ରକାଶ ପରେ ନିରାଶ ହୋଇଛି ଓଡିଶା ।

ଆଇକନିକ୍ ଟୁରିଷ୍ଟ ସାଇଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ଧାର୍ମିକ ଗୁରୁତ୍ବ, ପ୍ରାକୃତିକ ପରିବେଶ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଥିବା ଆଦି ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଉଛି । ଯାହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ କେନ୍ଦ୍ରର ଚରମ ଅବହେଳାର ଏକ ଚିତ୍ର ସାମନାକୁ ଆସିଛି । ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ବଜେଟରେ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନାହିଁ ।

Body:ଆଜି ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଙ୍କୁ ଚିଠି ଲେଖିଛନ୍ତି ।ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଓଡ଼ିଶାର ଥିବା ପର୍ଯ୍ୟଟନ ସ୍ତଳୀ ମଧ୍ୟରୁ ଅତି କମରେ ଦୁଇଟି କୁ ଆଇକନିକ୍ ଟୁରିଜିମ୍ ସ୍ତାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।Conclusion:ସେଗୁଡିକ ହେଲା ,କୋଣାର୍କ ସୁର୍ଯ୍ୟ ମନ୍ଦିର ,ଏବଂ ଚିଲିକା ହ୍ରଦ ,ଭିତର କନିକା ଜାତୀୟ ପାର୍କ ,ସିମିଳି ପାଳ,
ଓ ଡାଇମଣ୍ଡ ଟ୍ରାଇଏଙ୍ଗଲ୍ ବୁଦ୍ଧିଷ୍ଟ ସାରକିଟ୍ ,ବା ରତ୍ନଗିରି-ଉଦୟଗିରି-ଲଳିତ ଗିରି ଏହି ଭିତରୁ ଅତି କମରେ ଦୁଇଟି କୁ ସ୍ତାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ ଅଣଦେଖା । ଦେଶର ୧୭ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନ ପାଇଲାନି ଓଡ଼ିଶା । ବଜେଟ୍ ଭାଷଣ ବେଳେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଶା କରାଯାଉଥିଲା, ଓଡ଼ିଶାର ଅତି କମରେ ୨-୩ଟି ପର୍ଯ୍ୟଟନ ସ୍ଥଳ ଏଥିରେ ସ୍ଥାନ ପାଇବ ।

ଆଇକନିକ୍ ଟୁରିଷ୍ଟ ସାଇଟ୍ ଡେଭେଲୋପମେଂଟ ପ୍ରୋଜେକ୍ଟରେ ଧାର୍ମିକ ଗୁରୁତ୍ୱ, ପ୍ରାକୃତିକ ପରିବେଶ ଓ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଏହି ସବୁ ସ୍ଥାନ ର ଗୁରୁତ୍ୱ ରହିଛି ।ଯାହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ସହ ଓଡ଼ିଶାର ବିକାଶ ଦିଗରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.