ଭୁବନେଶ୍ବର: ଓମିକ୍ରନକୁ(omicron) ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ(high level meeting)। ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ(Union Health Secretary Rajesh Bhushan) । ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତେବେ ବିଦେଶରୁ ବର୍ତ୍ତମାନ ସୁଦ୍ଧା 1134 ଜଣ ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ 4 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ମଧ୍ୟରେ ଦୁଇ ଜଣ ଯାଜପୁର ଏବଂ ଅନ୍ୟ ଦୁଇ ଜଣ ସୁନ୍ଦରଗଡର ବୋଲି ଜଣାପଡ଼ିଛି । ସମସ୍ତଙ୍କର ଜିନମ ସିକ୍ୟୁଏନିସ ଯାଇଛି । ଏନେଇ ବୈଠକରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ଦିଆଯାଇଛି 5 ସୁତ୍ରୀ ପରାମର୍ଶ ।
ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିବା ସହ ଏନଫୋର୍ସମେଣ୍ଟ କଡାକଡି କରିବାକୁ ଏଥିରେ କୁହାଯାଇଛି । ଟେଷ୍ଟିଂ ଓ ଟୀକାକରଣକୁ ମଧ୍ୟ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ