ETV Bharat / city

ଗୃହ ସଂଗରୋଧରେ ରହିପାରିବେ ଓମିକ୍ରନ ସଂକ୍ରମିତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦଶକ - ଓମିକ୍ରନ ସଂକ୍ରମିତଙ୍କ ପାଇଁ ନୂଆ କଟକଣା

ଓମିକ୍ରନ ସଂକ୍ରମିତଙ୍କ ପାଇଁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗୃହ ସଂଗରୋଧରେ ମଧ୍ୟ ରହିପାରିବେ ଓମିକ୍ରନ ସଂକ୍ରମିତ । ଅଧିକ ପଢନ୍ତୁ

ଗୃହ ସଂଗରୋଧରେ ରହିପାରିବେ ଓମିକ୍ରନ ସଂକ୍ରମିତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦଶକ

author img

By

Published : Jan 22, 2022, 6:44 PM IST

ଭୁବନେଶ୍ବର: ଓମିକ୍ରନ ପଜିଟିଭ ରୋଗୀ ମଧ୍ୟ ଗୃହ ସଂଗରୋଧରେ ରହିପାରିବେ । 7 ଦିନ ମଧ୍ୟରେ 3 ଦିନ ଲଗାତାର ଜ୍ୱର ନ ଆସିଲେ ସଂଗରୋଧରୁ ମୁକୁଳି ପାରିବେ । ଜଣେ ସଂକ୍ରମିତ ରୋଗୀ 5 ରୁ 7 ଦିନ ମଧ୍ୟରେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର କ୍ଷମତା ରହିଛି । ତେଣୁ ସଂଗରୋଧ ଏବଂ କୋଭିଡ ନିୟମାବଳୀକୁ ସଠିକ୍ ଭାବେ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ ଏବଂ ଓମିକ୍ରନର ଚିକିତ୍ସା ପ୍ରଣାଳୀ ଭିନ୍ନ ନୁହଁ । ତୃତୀୟ ଲହର ମୁକାବିଲାରେ ଟ୍ରିଟମେଣ୍ଡ ଏବଂ ଟେଷ୍ଟିଂ ଅର୍ଥାତ୍ ପରୀକ୍ଷା ଏବଂ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମେ ଗତ 2 ବର୍ଷ ଧରି କୋଭିଡ ମହାମାରୀ ସହ ଜୀବନ ଅତିବାହିତ କରୁଛନ୍ତି । ବିଶେଷ କରି କୋଭିଡରୁ ମୁକ୍ତି ପାଇଁ 5 ଟି ଜିନିଷ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ସେଗୁଡିକ ହେଉଛି- ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, କୋଭିଡ ନିୟମ ପାଳନ ଏବଂ ସତର୍କ । ଏଥିମଧ୍ୟରୁ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି ।

3 ଟି ଉଦ୍ଦେଶ୍ୟରେ ଟେଷ୍ଟିଂ କରାଯାଉଛି । ପ୍ରଥମତଃ ଟେଷ୍ଟିଂ ଦ୍ବାରା ଶୀଘ୍ର ରୋଗୀ ଚିହ୍ନଟ ହେବେ, ଦ୍ବିତୀୟରେ ରୋଗୀଙ୍କୁ ନୀରିକ୍ଷଣ କରାଯିବ ଏବଂ ତୃତୀୟରେ ରୋଗର ଭୟାବହାତ କେତେ ତାହା ଜଣାପଡିବ । ଓମିକ୍ରନ ଏକ ଭୂତାଣୁ ଜନିତ ରୋଗ । ଏହାକୁ ଜାଣିବା ପାଇଁ ଅନେକ ପରୀକ୍ଷା ପଦ୍ଧତି ରହିଛି । ଓମିକ୍ରନ ସଚେତନତା ବଢିଛି । ମହାମାରୀ ଉପରେ କମ ପ୍ରଭାବ ପଡିବା ପାଇଁ ଜିନମ ସିକ୍ୟୁଏନ୍ସିଂ କରାଯାଉଛି । ଆମ ରାଜ୍ୟରେ ଜୀବ ବିଜ୍ଞାନ ସଂସ୍ଥାନ ଠାରେ ଏହି ପରୀକ୍ଷା କରାଯାଉଛି ।

ଓମିକ୍ରନର 50 ରୁ ଅଧିକ ମ୍ୟୁଟେସନ ହୋଇଛି । ଏହି ମହାମାରୀ ଉପରେ ପ୍ରଭାବ କଣ ସେଥିପାଇଁ ଜିନମ ସିକ୍ୟୁଏନ୍ସିଂ କରାଯାଉଛି । ରୋଗୀଙ୍କ ଚିକିତ୍ସାରେ କୌଣସି ପରିବର୍ତ୍ତନ ନାହିଁ । RT-PCR ରିପୋର୍ଟ ପଜିଟିଭ ଆସିଲେ ସାମ୍ପୁଲକୁ ନେଇ ଜିନମ ସିକ୍ୟୁଏନ୍ସିଂ ପାଇଁ ଦିଆଯାଉଛି । ଟୀକା ନେଇ ସାରିଲା ପରେ ଭୟାବହାତ ପ୍ରକାଶ ପାଉଛି । ଓଡିଶାକୁ 50 ହଜାର ଓମିସିଓର କୀଟ ଆସିଛି । ବ୍ୟବହାରରେ ଲାଗିବ ବୋଲି ସ୍ଥିର ହୋଇଛି । ଓମିକ୍ରନ କି ଅନ୍ୟ ପ୍ରଜାତିର ଭୂତାଣୁ ରହିଛି ତାହା ଗୋଟିଏ ପରୀକ୍ଷାରେ ଜଣାପଡିବ ।

ତୃତୀୟ ଲହରରେ ଯେତେଲୋକ ସଂକ୍ରମଣ ହୋଇଛନ୍ତି 2 ପ୍ରତିଶତ ଲୋକ ହସ୍ପିଟାଲ ଯାଉଛନ୍ତି । 98 ଭାଗ ଲୋକ ଗୃହ ପୃଥକ ବାସରେ ରହୁଛନ୍ତି । ଯଦି ଘରେ ଗୋଟିଏ ପାଇଖାନା ରହିଛି ତେବେ ଘରର ସମସ୍ତ ଲୋକ ବ୍ୟବହାର କରିସାରିଲା ପରେ ରୋଗୀ ବ୍ୟବହାର କରିପାରିବେ । ଏଥିରେ କୌଣସି ଅସୁବିଧା ନାହିଁ । ଏହି ମହାମାରୀ ମଣିଷ ଦେହରୁ ମଣିଷକୁ ବ୍ୟାପୁଛି । ନିଜ ନିଜ ମଧ୍ୟରେ ସଚେତନ ରହିବା, ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା ଏବଂ ମହାମାରୀ ନିୟମକୁ ମାନି ଚଳିଲେ ମହାମାରୀକୁ ପରାସ୍ତ କରିପାରିବା । ତେଣୁ ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.