ETV Bharat / city

Omicron Scare: ଆକ୍ରାନ୍ତ ଦେଶରୁ ୪୦% ଫେରନ୍ତାଙ୍କ ମିଳୁନି ପତ୍ତା - Omicron Scare news

ଦେଶରେ ଧୀରେ ଧୀରେ ମାଡିବାରେ ଲାଗିଛି ନୂଆ ଭାଇରସ ଓମିକ୍ରନ । ସେପଟେ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ପ୍ରାୟ ୪୦% ଫେରନ୍ତାଙ୍କୁ ଠାବ କରାଯାଇପାରିନାହିଁ । ଅଧିକ ପଢନ୍ତୁ

OMICRON FEAR: ଆକ୍ରାନ୍ତ ଦେଶରୁ ୪୦% ଫେରନ୍ତାଙ୍କ ମିଳୁନି ପତ୍ତା

author img

By

Published : Dec 6, 2021, 12:42 PM IST

ଭୁବନେଶ୍ବର: ଦେଶରେ ଧୀରେ ଧୀରେ ମାଡ଼ିଲାଣି କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(Omicron)। ଗୋଟିଏ ରାଜ୍ୟ ପରେ ଆଉ ଗୋଟିଏ ରାଜ୍ୟକୁ ମାଡିବାରେ ଲାଗିଛି ଏହି ଭାଇରସ । ତେବେ ରାଜ୍ୟକୁ ଆସିଥିବା 40 ପ୍ରତିଶତ ଵ୍ୟକ୍ତିଙ୍କୁ ଠାବ କରାଯାଇପାରିନାହିଁ ବୋଲି ସୂଚନା ମିଳିଛି ।

ଏବେ ସୁଦ୍ଧା ରାଜ୍ୟକୁ 800 ରୁ ଅଧିକ ଆକ୍ରାନ୍ତ ଦେଶରୁ ଫେରିଛନ୍ତି । ଏୟାର ସୁବିଧା ପୋର୍ଟାଲ(Air Suvidha Portal)ରେ ଭୁଲ ମୋବାଇଲ ନମ୍ବର, ଭୁଲ ଠିକଣା ହୋଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନାହିଁ । ଏୟାର ସୁବିଧା ପୋର୍ଟାଲରେ ଆତ୍ମ ଘୋଷଣା ବ୍ୟବସ୍ଥା ଥିବାରୁ ଏମିତି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି।

ତେବେ ଏହାକୁ ଆକ୍ରାନ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଚିହ୍ନଟ କରିବାରେ ବିଭିନ୍ନ ସମସ୍ୟା ଦେଖାଯାଉଛି । ଏନେଇ ସ୍ବାସ୍ଥ୍ୟ ବିଭାଗ(Odisha Health Department) ପକ୍ଷରୁ ସୂଚନା ମିଳିଛି । ଏହି ଭାଇରସ କ୍ଷିପ୍ର ଗତିରେ ମାଡୁଥିବା ଜଣାପଡ଼ିଛି । ଏଥିରେ ଅଧିକ ଲୋକ ସଂକ୍ରମିତ ମଧ୍ୟ ହେଉଛନ୍ତି । ସେପଟେ ଏହାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତଙ୍କୁ ସତର୍କ କରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.