ETV Bharat / city

ବଢିଲା OMFED କ୍ଷୀର ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି

ଆଜିଠୁ ବଢିଛି ଓମଫେଡ୍(OMFED) କ୍ଷୀର ଦର । ଲିଟର ପିଛା କ୍ଷୀର ୨ ଟଙ୍କା ବୃଦ୍ଧି । ଅଧିକ ପଢନ୍ତୁ

ବିଢିଲା ଓମଫେଡ୍ କ୍ଷୀର ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି

author img

By

Published : Apr 21, 2022, 3:23 PM IST

Updated : Apr 21, 2022, 5:50 PM IST

ଭୁବନେଶ୍ବର: ଆଜିଠୁ ବଢିଛି ଓମଫେଡ୍(OMFED) କ୍ଷୀର ଦର । ଲିଟର ପିଛା କ୍ଷୀର ୨ ଟଙ୍କା ବୃଦ୍ଧି । ବୃଦ୍ଧି ପାଇ ୪୬ରୁ ୪୮ ଟଙ୍କା ହୋଇଛି ଓମଫେଡ୍ କ୍ଷୀର ଲିଟର । ଦରଦାମ ବୃଦ୍ଧି, ଚାଷୀଙ୍କ ଅନୁରୋଧ ଓ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ଏଭଳି ନିଷ୍ପତ୍ତି ନେଇଛି। ତେବେ ଦୁଗ୍ଧ ଚାଷୀଙ୍କ ହିତ ପାଇଁ ଦାମ ବଢାଯାଇଥିବା କହିଛନ୍ତି ଓମଫେଡ କର୍ତ୍ତୃପକ୍ଷ । ଦୁଇ ଟଙ୍କାରୁ ଚାଷୀଙ୍କ ଖାତାକୁ ୧ ଟଙ୍କା ୩୫ ପଇସା ଯିବାକୁ ଥିବାବେଳେ ୧୦ ପଇସା ସୋସାଇଟିକୁ ଯିବ, ଏହାସହ ଅନ୍ୟ ୫୫ ପଇସା ଟ୍ରାନ୍ସପୋର୍ଟ, ପ୍ୟାକେଜିଂ ଓ ଅନ୍ୟାନ ଖର୍ଚ୍ଚରେ ଲାଗିବ ।

ବଢିଲା OMFED କ୍ଷୀର ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି

ଏହା ସହ ଆଜିଠାରୁ ଓମଫେଡ ତରଫରୁ ଚାଏ ସ୍ପେଶାଲ (Chai Special) କ୍ଷୀର ବଜାରକୁ ଆସିଛି । ବଜାରରେ ଚା ଦର ଯେମିତି ବୃଦ୍ଧି ନ ପାଇବ, ସେଥିପାଇଁ ପୁରୁଣା ଦାମ ଅର୍ଥାତ ଲିଟର ୪୬ ଟଙ୍କାରେ ଏହି କ୍ଷୀର ବଜାରରେ ଉପଲବ୍ଧ ହେଉଛି । ପ୍ରଥମେ ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ରହିଛି ଏହି କ୍ଷୀର । ପରେ ରାଜ୍ୟବ୍ୟାପୀ ଏହାର ସପ୍ଲାଏ ହେବା ନେଇ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 21, 2022, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.