ଭୁବନେଶ୍ବର: ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ହୋଇଥିଲା ରାଗିଂ । ଭୁବନେଶ୍ବର ସ୍ପୋଟସ୍ ହଷ୍ଟେଲ୍ରେ ତାଙ୍କ ସହ ରାଗିଂ କରାଯାଇଥିଲା । ୨୦୦୬ରୁ ୨୦୦୮ ମସିହା ଯାଏଁ କ୍ୟାରିୟର ଆରମ୍ଭ କରୁଥିବା ବେଳେ ଦୂତୀ ସ୍ପୋଟସ୍ ହଷ୍ଟେଲ୍ରେ ରହୁଥିଲେ ।
ଏହି ସମୟରେ ତାଙ୍କୁ ସିନିୟର ଖେଳାଳି ରାଗିଂ କରୁଥିବା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ରାଗିଂ ଜନିତ ସୁଇସାଇଡ୍କୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଦୂତୀ ସୋସିଆଲ ମିଡିଆରେ ଏଭଳି ମନ୍ତବ୍ୟ ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି ।
ଶିକ୍ଷାନୁଷ୍ଠାନ ଓ ତାଲିମ ଦିଆଯାଇଥିବା ଅନୁଷ୍ଠାନରେ ଏବେ ବି ରାଗିଂ ଚାଲିଥିବା ଏହା ସ୍ପଷ୍ଟ କରିଛି l