ETV Bharat / city

ରଜରେ ରିଲିଜ ହେବ ଓଡିଆ ସିନେମା ବିଶ୍ବନାଥ, ନଜର ଆସିବେ ସ୍ବର୍ଗତ ଅଭିନେତା ମିହିର

author img

By

Published : May 16, 2022, 9:49 PM IST

ଦୁଇ ବର୍ଷ ପରେ ରଜ(RAJA)ରେ ରିଲିଜ ହେବାକୁ ଯାଉଛି ଓଡିଆ ସିନେମା ‘ବିଶ୍ବନାଥ’ । ଅଧିକ ପଢନ୍ତୁ

ରଜରେ ରିଲିଜ ହେବ ଓଡିଆ ସିନେମା ବିଶ୍ବନାଥ, ନଜର ଆସିବେ ସ୍ବର୍ଗତ ଅଭିନେତା ମିହିର
ରଜରେ ରିଲିଜ ହେବ ଓଡିଆ ସିନେମା ବିଶ୍ବନାଥ, ନଜର ଆସିବେ ସ୍ବର୍ଗତ ଅଭିନେତା ମିହିର

ଭୁବନେଶ୍ବର: ଦୁଇ ବର୍ଷ ପରେ ରଜ(RAJA)ରେ ରିଲିଜ ହେବ ଓଡିଆ ସିନେମା ‘ବିଶ୍ବନାଥ’(Ollywood Movie Biswanath) । ଏହି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ବିଶ୍ବନାଥ‌’ର ଅଡିଓ ରିଲିଜ୍ ହୋଇଯାଛି । ଭୁବନେଶ୍ବର ମେ ଫେୟାର ହୋଟେଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଅଡିଓ ରିଲିଜ୍ ହୋଇଛି ।

ଏହି ଚଳଚ୍ଚିତ୍ରଟି ଗୋଆ, ସିକିମ୍ ଏବଂ ହାଇଦ୍ରାବାଦରେ ସୁଟ୍ ହୋଇଛି। ମେଲୋଡି କିଙ୍ଗ ଅଭିଜିତ ମଜୁମଦାର୍ ଏବଂ ଟିମ ଓ ସମସ୍ତ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲେ । ବୋବିଲି କିରଣଙ୍କ ନିର୍ଦ୍ଦେଶିତ ଏହି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ସମ୍ବିତ ନଜର ଆସିଥିବା ବେଳେ ନାୟିକା ସାଜିଛନ୍ତି ସଂଭାବନା । ଅନ୍ୟମାନଙ୍କ ମଧ୍ୟରେ ରାଇ ମୋହନ ପରିଡା, ସ୍ବର୍ଗତ ମିହିର ଦାସ , ପିଣ୍ଟୁ ନନ୍ଦ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି ।

ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି । ନିର୍ମଳ ନାୟକ ଓ ବାପୁ ଗୋସ୍ବାମୀଙ୍କ ଗୀତକୁ ସ୍ବର ସଜାଇଛନ୍ତି ଅଭିଜିତ ମଜୁମଦାର । ହ୍ୟୁମାନ ସାଗର, ସ୍ବୟମ୍ ପାଢୀ, ରାଜ ନନ୍ଦିନୀ ପଣ୍ଡା, ସୋହିନୀ ମିଶ୍ର, ଋତୁରାଜ ମହାନ୍ତି, ଜାଗ୍ରୁତି ମିଶ୍ର ପ୍ରମୁଖ ଗୀତ ଗୁଡିକ ଗାଇଛନ୍ତି । ଓଡିଆ ମୌଳିକ କାହାଣୀ ସହ ଏହି ସିନେମାରେ ଭରପୁର ରୋମାଞ୍ଚ ଓ ଆକ୍ସନ ଭରି ରହିଛି । ସମ୍ବିତ ଓ ସଂଭାବନାଙ୍କ ଯୋଡି ବଡ ପରଦାରେ ଧମାଲ କରିବ ବୋଲି ଆଶା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.