ETV Bharat / city

ବିଜେପିରେ ସାମିଲ ହେଲେ ବିଦୁସ୍ମିତା - bjp

ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ନେତା ଠୁ ଅଭିନେତା ସମସ୍ତେ ପ୍ରସ୍ତୁତ । ଯେଉଁଠି ଦଳଡିଆଁରେ ବ୍ୟସ୍ତ ଅଛନ୍ତି ନେତା, ସେଠାରେ ଭିନ୍ନ ଭିନ୍ନ ଦଳରେ ପାଦ ଥାପିଲେଣି ଗ୍ଲାମର ଦୁନିଆ । ଆଜି ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ ଓ ଅଭିନେତା ଅଖିଳ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଫେସବୁକ@ବିଦୁସ୍ମିତା ଦାଶ୍ ମନ୍ତ୍ରୀ
author img

By

Published : Mar 28, 2019, 5:07 PM IST

Updated : Mar 28, 2019, 7:30 PM IST

ଭୁବନେଶ୍ୱର: ବର୍ତ୍ତମାନ ପୁରା ଦେଶରେ ନିର୍ବାଚନ ବାତାବରଣ ଦେଖିବାକୁ ମିଳୁଛି । 17ତମ ଲୋକସଭା ନିର୍ବାଚନ ପାଇଁ ଦଳ ଦଳ ମଧ୍ୟରେ ଚାଲିଛି ନାନା ପ୍ରକାର ପ୍ରସ୍ତୁତି । ଏଥିରୁ ବାଦ ପଡିନାହାଁନ୍ତି କଳାକାର ମଧ୍ୟ । ଯେଉଁଠାରେ କିଛି ଦିନ ହେବ ବଲିଉଡ ଷ୍ଟାର୍ସ ନିଜ ନିଜ ମନ ପସନ୍ଦୀୟ ଦଳରେ ସାମିଲ ହୋଇଥିବାର ଖବର ଶୁଣିବାକୁ ମିଳୁଥିଲା । ସେହିଠାରେ ଆଜି ଓଲିଉଡର ଅଭିନେତା ଅଖିଳ ପଟ୍ଟନାୟକ ଓ ସେକ୍ସୀ ଅଭିନେତ୍ରୀ ବିଦୁସ୍ମିତା ଦାଶ୍ ମନ୍ତ୍ରୀ ମଧ୍ୟ ରାଜନୀତିରେ ପଦାର୍ପଣ କରିଛନ୍ତି । ଏହା ସହିତ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ ମଧ୍ୟ ପଦ୍ମ ଧରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ , ସିନେ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତାବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ଡା. ଦାମୋଦର ରାଉତ,ବିଜୟ ମହାପାତ୍ରଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରକାଶ ଥାଉକି ବିଦୁସ୍ମିତା ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ନିଜର ସେକ୍ସୀ ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । ଆଲବମର ରାଣୀ କୁହାଯାଇଥିବା ବିଦୁସ୍ମିତା ଏବେ ରାଜନୀତିରେ ନିଜର ସ୍ଥାନ ସ୍ଥାପନ କରିପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

2825450

bijaya-mohapatra-returns-to-bjp-once-again

ବିଜେପିକୁ ଫେରିଲେ ବିଜୟ

ଭୁବନେଶ୍ୱର: ଗତବର୍ଷ ନଭେମ୍ବରରେ ବିଜେପି ଛାଡିଥିବା ବିଜେପି ମହାପାତ୍ର ପୁନର୍ବାର ପଦ୍ମ ଗଡିଆରେ ମିଶିଛନ୍ତି। ମାନଭଞ୍ଜନ କରିବା ପାଇଁ ତାଙ୍କ ବାସଭନବନରେ ପହଞ୍ଚିଥିଲେ ଓଡିଶା ବିଜେପି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ।

Conclusion:
Last Updated : Mar 28, 2019, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.