ETV Bharat / city

ଭୋଗରାଇର ଭାଇଭଉଣୀକୁ ଭେଟିଲେ ସ୍ବରାଜ

author img

By

Published : Jun 28, 2021, 10:55 PM IST

ଭୋଗରାଇର ସ୍ମିତା ପଣ୍ଡା ଓ କମଳେଶ ପଣ୍ଡାଙ୍କ ଦୁଇ କୁନି ଝିଅ ଓ ପୁଅକୁ ଭେଟିଛନ୍ତି ଓଲିଉଡ ଅଭିନେତା ସ୍ବରାଜ । କିଛି ଦିନ ପୂର୍ବେ ଦୁହିଁଙ୍କ ବାପା ମାଆ କୋରୋନାରେ ଆରପାରିକୁ ଚାଲି ଯାଇଥିଲେ । ଅଧିକ ପଢ଼ନ୍ତୁ...

ଭୋଗରାଇର କୁନି କୃଷ୍ଣ ପଣ୍ଡା ତାଙ୍କ ଭାଇକୁ ଭେଟିଲେ ସ୍ବରାଜ

ଭୁବନେଶ୍ବର: ମହାମାରୀ କୋରୋନା ଅନେକଙ୍କୁ ଅନାଥ କରିଦେଇଛି । ବାଲେଶ୍ବର ଭୋଗରାଇର ଜଣେ ଦମ୍ପତ୍ତି ସ୍ମିତା ପଣ୍ଡା ଓ କମଳେଶ ପଣ୍ଡାଙ୍କ କୋରୋନାରେ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ୭ ବର୍ଷର ଝିଅ କୃଷ୍ଣ ପଣ୍ଡା ଓ ତାଙ୍କ ଦେଢ଼ ବର୍ଷର ପୁଅ ଏବେ ଅନାଥ ହୋଇଯାଇଛନ୍ତି । ହେଲେ ଦଇବର ଦାରୁଣ ଦୁଃଖ ଆଗରେ କିନ୍ତୁ ହାରିନାହାନ୍ତି କୃଷ୍ଣ ।

ସାନ ଭାଇର ଯତ୍ନ ନେଇ ସାହସ ଓ ସମର୍ଥ ସହ ଭାଇକୁ ମଣିଷ କରିବାର ପ୍ରଣ କରିଛନ୍ତି ଏହି 7 ବର୍ଷର କୁନି ଝିଅ କୃଷ୍ଣ । ତାଙ୍କର ଏହି ଅଦମ୍ୟ ସାହସ ଓ ଦାୟିତ୍ବବୋଧତାକୁ ନେଇ ସେ ଭୁରିଭୁରି ପ୍ରଶଂସା ସାଉଁଠଛନ୍ତି । ଏହାସହ ତାଙ୍କ ନିକଟକୁ ସସହାୟତାର ସୁଅ ଛୁଟିବାରେ ଲାଗିଛି । ଆଉ ସେଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ସ୍ବରାଜ ବାରିକ ।

ପୂର୍ବ ପ୍ରତିଶୃତି ମୁତାବକ ଦୁଇ ଭାଇଭଉଣୀଙ୍କୁ ଦେଖା କରିଛନ୍ତି ସ୍ବରାଜ । ଦୁହିଁଙ୍କ ଦୁଃଖରେ ଦୁଖୀ ହୋଇ କୃଷ୍ନା ଓ ତାଙ୍କ ଭାଇର ପ୍ରତିଟି ଭଲ ମନ୍ଦରେ ସେ ତାଙ୍କ ସାଥିରେ ଅଛନ୍ତି ବୋଲି କହିଛନ୍ତି । ଦୁହିଁଙ୍କ ନିଜର ଭାଇଭଉଣୀ ଭଳି ଆଦର କରିବା ସହ ସେମାନଙ୍କ ଦାୟିତ୍ବ ନେବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଦୁହିଁଙ୍କ ଦାୟିତ୍ବ ନେବେ ବୋଲି ପୂର୍ବରୁ କହିଥିଲେ ସ୍ବରାଜ । ଯେଉଁ କଥାକୁ ସେ ରଖିବାରେ ସକ୍ଷମ ହୋଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.