ଭୁବନେଶ୍ବର: କୋରୋନା କବଳରେ ଓଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନେତା । ଓଲିଉଡର ଅନ୍ୟତମ ଆଗ ଧାଡ଼ିର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ଏହି ମହାମାରୀର ଶିକାର ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ଖୋଦ୍ ଶ୍ରୀତମ ଏନେଇ ସୂଚନା ଦେଇଛନ୍ତି ।
ଶ୍ରୀତମ କୋରୋନା ପଜିଟିଭ ଥିବା ଜାଣିବା ପରେ ନିଜର ସମସ୍ତ ସୁଟିଂ ବନ୍ଦ ରଖିବା ସହ କୌଣସି ପ୍ରକାର ସାମାଜିକ ସ୍ଥଳକୁ ଯିବେ ନାହିଁ ବୋଲି କହିଛନ୍ତି । ବର୍ତ୍ତମାନ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସତର୍କ ରହିବା ସହ ସେମାନଙ୍କୁ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି । ଏହା ସହ ଶ୍ରୀତମ ତାଙ୍କ ଶୁଭେଚ୍ଛୁମାନଙ୍କୁ ତାଙ୍କ ପାଇଁ ଓ ପରିବାର ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ