କଟକ: ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାଶଙ୍କ ମୃତ୍ୟୁ ମାମଲାରେ ଶୀଘ୍ର ଆସିବ ନିଷ୍କର୍ଷ । କିଏ ବିହାଇଥିଲା ଏପରି ଜଘନ୍ୟ ହତ୍ୟାକାଣ୍ଡ ତାହାକୁ ନେଇ ଚାଲିଛି ତନାଘନା । ଏନେଇ ଆଜି ଡିଜିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ରାଜ୍ୟ ପିସିସିର ଏକ ପ୍ରତିନିଧି ଦଳ।
କଂଗ୍ରେସ ନେତା ଧରଣୀଧର ନାୟକଙ୍କ ନେତୃତ୍ବରେ କଂଗ୍ରେସର ଏକ ଟିମ ରଞ୍ଜନ ମୃତ୍ୟ ମାମଲାରେ ଡିଜିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ । ତେବେ କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଧୀନରେ ଅତି ନିର୍ମମ ଭାବେ ରଞ୍ଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାକୁ 10 ରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲେ ସୁଦ୍ଧା ଆସିପାରିନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ।
ଏଯାବତ ପୋଲିସ ତଦନ୍ତ କରୁଥିଲେ ସୁଦ୍ଧା ଅପରାଧୀ ବେଧଡ଼କ ଭାବେ ସମାଜରେ ଚଳପ୍ରଚଳ କରୁଛନ୍ତି । ଏହାରି ଭିତରେ ଯଦି କୌଣସି ପ୍ରକାର ନିଷ୍କର୍ଷ ନଆସେ ତେବେ ଆଗମୀ ଦିନରେ କଂଗ୍ରେସ ରାଜାରାସ୍ତାକୁ ଓହ୍ଲାଇବ ବୋଲି ଦାବି କରିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ