ETV Bharat / city

ରାସ୍ତାକଡ଼ରେ ଭିକ୍ଷାବୃତ୍ତି ଘଟଣା: ସର୍ଭେ କରିବାକୁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ - Survey on Road side beggars

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ପ୍ରମୁଖ ଛକରେ ବୃଦ୍ଧି ପାଉଛି ଭିନ୍ନକ୍ଷମ ଶିଶୁ ଓ ମହିଳାଙ୍କ ଭିକ୍ଷାବୃତ୍ତି । ଘଟଣାର ସର୍ଭେ ପାଇଁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବ ଅଧିକାର କମିଶନ । ଅଧିକ ପଢନ୍ତୁ...

OHRC Notice to home minister
ରାସ୍ତାକଡ଼ରେ ଭିକ୍ଷାବୃତି ଘଟଣା: ସର୍ଭେ କରିବାକୁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ
author img

By

Published : Jan 7, 2020, 1:52 PM IST

Updated : Jan 7, 2020, 2:02 PM IST

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପୁରୀ ଓ କୋଣାର୍କର ବିଭିନ୍ନ ଛକରେ ବୃଦ୍ଧି ପାଉଛି ଭିକ୍ଷାବୃତ୍ତି । ମୁଖ୍ୟତଃ ଭିନ୍ନକ୍ଷମ, ଶିଶୁ ଓ ମହିଳାମାନଙ୍କୁ ନେଇ କେତେକ ବ୍ୟବସାୟୀ ଏମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରୁଥିବାର ଅଭିଯୋଗ ହୋଇଛି । ଯାହା ପରେ ରାଜ୍ୟ ମାନବ ଅଧିକାର କମିଶନ ସର୍ଭେ ପାଇଁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ 4ମାସ ସମୟ ଦେଇଛନ୍ତି ।

OHRC Notice to home minister
ରାସ୍ତାକଡ଼ରେ ଭିକ୍ଷାବୃତି ଘଟଣା: ସର୍ଭେ କରିବାକୁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ

ଏହି ଘଟଣା ବିଷୟରେ ରାଜ୍ୟ ମାନବ ଅଧିକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାର ସତ୍ୟତା ଅନୁସନ୍ଧାନ କରିବାକୁ ଜଣେ ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ମାନବ ଅଧିକାର କମିଶନ ଜଷ୍ଟିସ ବିମଳ ପ୍ରସାଦ ଚିନ୍ତା ପ୍ରକଟ କରିଛନ୍ତି । ଟ୍ରାଫିକ ଛକ ନିକଟରେ କାର କାଚ ପରଦା, ଖେଳନା, ପେନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ କରୁଥିବା ବ୍ୟକ୍ତି ଓ ଶିଶୁମାନଙ୍କ ପରିଚୟ ଚିହ୍ନଟ କରିବା ସହ ଅନ୍ୟ ରାଜ୍ୟରୁ ଆସିଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ପଠାଇବାର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ସେହିପରି କାହାକୁ ଯଦି ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଏନେଇ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଏପ୍ରିଲ ୬ ତାରିଖରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ରାସ୍ତାକଡ଼ରେ ଭିକ୍ଷାବୃତି ଘଟଣା, ସର୍ଭେ କରିବାକୁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ନିର୍ଦେଶ।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପୁରୀ ଓ କୋଣାର୍କ ବିଭିନ୍ନ ଛକ ମଧ୍ୟରେ ବିଖ୍ୟାବୃଦ୍ଧି କରୁଛନ୍ତି ଭିନ୍ନକ୍ଷମ ଶିଶୁ ଓ ମହିଳା। ଏହି ମାନନକୁ ସାଧାରଣତଃ କିଛି ବ୍ୟବସାୟିକ ହିସାବରେ ନିୟୋଜିତ କରାଯାଉଥିବା ନେଇ ରାଜ୍ୟ ମାନବ ଅଧିକାର କମିଶନ ସର୍ଭେ କରିବାକୁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଦେଇଛନ୍ତି 4ମାସ ସମୟ।

Body:

ଏହି ଘଟଣାକୁ ନେଇ ରାଜ୍ୟ ମାନବ ଅଧିକାର ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପାଇବା ପରେ ଏହାର ସତ୍ୟତା ଅନୁସନ୍ଧାନ କରିବାକୁ ନେଇ ଜଣେ ଡିଏସପି ଙ୍କୁ ଦାଇତ୍ୱ ଦିଆଯାଇଥିଲା। ଏହାକୁ ନେଇ ରାଜ୍ୟ ମାନବ ଅଧିକାର କମିଶନ ଜଷ୍ଟିସ ବିମଳ ପ୍ରସାଦ ଦାସ ଚିନ୍ତା ପ୍ରକଟ କରିଛନ୍ତି। ଟ୍ରାଫିକ ଛକ ନିକଟରେ କାର କାଚ ପରଦା, ଖେଳନା, ପେନ ଓ ଅନନ୍ୟ ସମଗ୍ରୀବିକ୍ରି କରୁଥିବା ବ୍ୟକ୍ତି ଓ ଶିଶୁ ମାନଙ୍କ ପରିଚୟ ଚିହ୍ନଟ କରିବା ସହ ଅନ୍ୟ ରାଜ୍ୟରୁ ଆସିଥିଲେ ସେମାନଙ୍କ ସମ୍ପର୍କୀୟ ଙ୍କ ସହ ଯୋଗା ଯୋଗା କରି ସେମାନଙ୍କୁ ପଠାଇବାର ବନ୍ଦବସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ସେଜିପରି କାହାକୁ ଯଦି କାହାକୁ ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏନେଇ କି କି ପଦକ୍ଷପ ନୂଆଯାଇଛି ସେ ସମାର୍କରେ ଏପ୍ରିଲ ୬ ତାରିଖରେ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି।

Conclusion:
Last Updated : Jan 7, 2020, 2:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.