ETV Bharat / city

ହାଇଦର ଏନକାଉଣ୍ଟର ମାମଲା, OHRCଙ୍କ ରିପୋର୍ଟ ତଲବ

author img

By

Published : Jul 26, 2021, 2:18 PM IST

Updated : Jul 26, 2021, 2:39 PM IST

ହାଇଦର ମୃତ୍ୟୁ ଘଟଣାରେ ସୋ' ମୋଟୋ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାରୀ କମିଶନ । ଅଧିକ ପଢନ୍ତୁ....

ହାଇଦର ମୃତ୍ୟୁ ଘଟଣା, ସୋ ମୋଟୋ ମାମଲା ରୁଜୁ କଲା OHRC

ଭୁବନେଶ୍ବର: ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ(OHRC ) । ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଦେଇଛି ନିର୍ଦ୍ଦେଶ ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ କରିଛି କମିଶନ । ଏହି ରିପୋର୍ଟ ଆଧାରରେ ନୋଟିସ ଜାରି କରାଯାଇଛି । ଗୃହ ବିଭାଗ ଏସିଏସ୍, ପୋଲିସ ଡିଜି, ଜେଲ୍ ବିଭାଗ ଡିଜିଙ୍କ ସହ ଟ୍ବିନସିଟି ପୋଲିସ କମିଶନରଙ୍କୁ ନୋଟିସ କରିଛି OHRC । ତେବେ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି OHRC ।

ସୂଚନା ଅନୁଯାୟୀ, ଚଳିତ ମାସ 24 ତାରିଖରେ ଅପରେସନ କ୍ଲିନଅପ ମାଧ୍ୟମରେ ଚୌଦ୍ବାର ସର୍କଲ ଜେଲରୁ ବାରିପଦା ସେଣ୍ଟ୍ରାଲ ଜେଲକୁ ହାଇଦରକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ହାଇଦର ଖସିବାକୁ ଚେଷ୍ଟା କରିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟର ପରେ ମେଡିକାଲ ଚିକିତ୍ସିତ ଅବସ୍ଥାରେ ହାଇଦରର ମୃତ୍ୟୁ ଘଟିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 26, 2021, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.