ଭୁବନେଶ୍ବର: ରାଜ୍ୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ଜୟଦେବ ଭବନରେ ପାଳିତ ହୋଇଛି ବିଶ୍ବ ମନବାଧିକାର ଦିବସ । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ସାଧାରଣଲୋକଙ୍କୁ ନ୍ୟାୟ ଦେବାରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ପୂର୍ବତନ ସୁପ୍ରିମକୋର୍ଟର ଚିଫ ଜଷ୍ଟିସ କହିଛନ୍ତି।
ରାଜ୍ୟ ମାନବାଧିକାର କମିଶନ ଓ ଅନ୍ୟଟି ହେଲା ଲୋକାୟୁକ୍ତ । ଅନ୍ୟ ରାଜ୍ୟମାନରେ ଏହି ଦୁଇଟି ଅନୁଷ୍ଠାନ ଭଲ ପ୍ରଦର୍ଶନ କରୁ ନଥିଲେ ମଧ୍ୟ ଓଡ଼ିଶାରେ ଭଲ କାର୍ଯ୍ୟ କରୁଛି । ଜଣେ ସାଧାରଣ ମଣିଷ ନିଜର ଅଧିକାର କ୍ଷୁର୍ଣ୍ଣ ହେଲେ ମାନବାଧିକରଙ୍କ ନିକଟରେ ଅଭିଯୋଗ କରିବ। ଏବଂ ଓଡ଼ିଶାରେ ମନାବାଧିକାର କମିଶନ ଯଥାଶୀଘ୍ର ଶୁଣାଣି କରୁଛନ୍ତି ବୋଲି ପୂର୍ବତନ ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ଜିବି ପଟ୍ଟନାୟକ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ସହ ଓଡିଶା ରାଜ୍ୟ ମାନବାଧିକାର କମିଶନ ବିମଳ ପ୍ରସାଦ ଦାସ, ଆଇନମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ବରିଷ୍ଠ ମାନବାଧିକାର କର୍ମୀ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ