ETV Bharat / city

ସରିଛି କଂଗ୍ରେସ-ବାମ ଦଳ ଆସନ ବୁଝାମଣା, ଶୀଘ୍ର ହେବ ଘୋଷଣା

ଖୁବଶୀଘ୍ର ହେବାକୁ ଯାଉଛି କଂଗ୍ରେସ ଏବଂ ବାମ ଦଳ ଆସନ ଭାଗବଣ୍ଟାର ଆନୁଷ୍ଠାନିକ ଘୋଷଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 20, 2019, 10:33 PM IST

ଭୁବନେଶ୍ୱର: ବାମ ଦଳ ସହିତ କଂଗ୍ରେସର ଆସନ ବୁଝାମଣା ଚୂଡାନ୍ତ ହୋଇସାରିଛି । ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ସିପିଆଇକୁ ଆସିକା ଲୋକସଭା ସହିତ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ବିଧାନସଭା ଆସନ ଦେବାକୁ କଂଗ୍ରେସ ରାଜି ହୋଇଛି । ସେହିଭଳି ସିପିଆଇଏମକୁ ଭୁବନେଶ୍ବର ଲୋକସଭା ଆସନ ସମେତ ବଣାଇ, ରେମୁଣା ଏବଂ ନିଳଗିରି ବିଧାନସଭା ଆସନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଜେଏମଏମକୁ ମୟୁରଭଞ୍ଜ ଲୋକସଭା ଆସନ ସହିତ ମୋରଡା, ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ସାରସକଣା ବିଧାନସଭା ଆସନ ଦେବାଲାଗି ବୁଝାମଣା ହୋଇଛି । କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ।
ତେବେ ମେଣ୍ଟ ବୁଝାମଣାରେ ଭୁବନେଶ୍ବର ଲୋକସଭାରୁ ସିପିଏମ ନେତା ଜନାର୍ଦ୍ଦନ ପତି, ଆସିକାରୁ ସିପିଆଇ ନେତା ରାମଚନ୍ଦ୍ର ପଣ୍ଡା ଏବଂ ମୟୂରଭଞ୍ଜରୁ ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜଳି ସୋରେନ ପ୍ରାର୍ଥୀ ହେବାନେଇ ସ୍ଥିର ହୋଇସାରିଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

‘ଭାରତ ପାଇଁ ଯେ କୌଣସି ନମ୍ୱରରେ ବ୍ୟାଟିଂ କରିବି’

ନୂଆଦିଲ୍ଲୀ: ଆଗକୁ ଅଛି କ୍ରିକେଟ ମହାକୁମ୍ଭ, ତେବେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇ ପାରିନାହିଁ କିଏ ଖେଳିବ ଚାରି ନମ୍ବର ସ୍ଥାନରେ । ଏହି ସ୍ଥାନରେ ଏବେ ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଖେଳିବା ନେଇ ଚର୍ଚ୍ଚା ହେଉଛି । ରାହାଣେ କିନ୍ତୁ କେଉଁ ସ୍ଥାନରେ ଖେଳିବେ ତାହା ଚିନ୍ତା କରୁ ନାହାନ୍ତି ସେ ଭାବୁଛନ୍ତି ନିଜର 90ତମ ଏକଦିବସୀୟ ମ୍ୟାଚ ଖେଳିବା କଥା । 

‘ମୁଁ କେବେ ମଧ୍ୟ ନିଜର ବ୍ୟାଟିଂ କ୍ରମକୁ ନେଇ ଅଭିଯୋଗ କରିନାହିଁ । ମତେ ଯେଉଁ ସ୍ଥାନ ଦିଆଯାଏ ମୁଁ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ । ମୁଁ ଭାରତୀୟ ଟିମରେ ଚାରି ନମ୍ବରରେ ଖେଳିବା କଥା ଚିନ୍ତା କରି ନିଜ ଉପରେ ଚାପ ପକାଇବାକୁ ଚାହୁଁନି । ମୁଁ ବୁଝୁଛି ଯେ ବ୍ୟାଟିଂ ଅର୍ଡର ଗୋଟିଏ ଟିମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ତେବେ ଭାରତୀୟ ଟିମ ପାଇଁ ମୁଁ ଯେକୌଣସି କ୍ରମରେ ବ୍ୟାଟିଂ କରିବା ପାଇଁ ପ୍ରସ୍ତୁତ ।’ ବୋଲି ରାଜସ୍ଥାନ ରୟାଲ୍ସ ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାହାଣେ । 

ରାଜସ୍ଥାନ ରୟାଲ୍ସରେ ଷ୍ଟିଭ ସ୍ମିଥ ଫେରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ରୟାସ୍ସ କ୍ୟାପ୍ଟେନ । ସେ ଜଣେ ବହୁତ ଭଲ ଖେଳାଳି ତାଙ୍କୁ ନିଜ ଟିମରେ ପାଇବା ସବୁବେଳେ ଲାଭଦାୟକ ହୁଏ । ସ୍ମିଥ ଜାଣିନ୍ତି ମ୍ୟାଚ କିପରି ଜିତିବାକୁ ହୁଏ । ବୋଲି କହିଛନ୍ତି ରାହାଣେ । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.