ETV Bharat / city

ବଢିବନି ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ 3% ରିହାତି: OERC

author img

By

Published : Mar 24, 2022, 9:24 PM IST

Updated : Mar 24, 2022, 10:28 PM IST

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିବ । ଏହାକୁ ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

ବଢିବନି ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ 3% ରିହାତି: OERC
ବଢିବନି ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ 3% ରିହାତି: OERC

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ବଢ଼ିବନି ବିଦ୍ୟୁତ ଦର । 2022-23 ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ବଢିବ ନାହିଁ । ଏହାସହ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ 10 ପଇସା ରିହାତି ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି OERC(Odisha Electric Regulatory Commission)ର ସଚିବ ପ୍ରିୟବ୍ରତ ପଟ୍ଟନାୟକ । OERCର ସଚିବ କହିଛନ୍ତି ଯେ, ବିଦ୍ୟୁତ ଦର ନେଇ ଓଇଆରସିରେ ଶୁଣାଣୀ ହୋଇଛି ।

ଚଳିତ ଆର୍ଥିକବର୍ଷରେ ବିଦ୍ୟୁତ ଦର ବୃଦ୍ଧି ନକରିବା ଲାଗି ନିଷ୍ପତ୍ତି ନିଆଯାଇଛି । ରିଟେଲ ବିଦ୍ୟୁତ ଶୁଳ୍କକୁ ଅପରିବର୍ତ୍ତିତ ରଖାଯାଇଛି । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା 10 ପଇସା ରିହାତି ମିଳିବ । କୃଷିକ୍ଷେତ୍ର ପାଇଁ ଉଠା ଜଳସେଚନ ପଏଣ୍ଟ ପାଇଁ 2 ଟଙ୍କା ରିହାତି ବ୍ୟବସ୍ଥା ହୋଇଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନ ଚଳାଚଳକୁ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ 5 ଟଙ୍କା 50 ପଇସା ଟାରିଫ୍‌ ଧାର୍ଯ୍ୟ କରାଯାଇଛି ।

ପୂର୍ବବର୍ଷ ଭଳି 0 ରୁ 50 ୟୁନିଟ୍‌ ଯାଏଁ ଦର 3 ଟଙ୍କା ରହିବ । 50ରୁ 200 ୟୁନିଟ ଯାଏଁ ଦର 4 ଟଙ୍କା 80 ପଇସା, 200ରୁ 40ପ ୟୁନିଟ ଯାଏ ବିଜୁଳି ଦର 5 ଟଙ୍କା 80 ପଇସା ରହିବ । ସେହିପରି 400 ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର 6 ଟଙ୍କା 20 ପଇସା ରହିବ । ସେହିପରି ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡରେ ପେମେଣ୍ଟ କଲେ 3 ପ୍ରତିଶତ ରିହାତି ମିଳିବ ।

OERC ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, "ବିଦ୍ୟୁତ ଶୁଳ୍କ ବାବଦରେ ଓଇଆରସିର ଶୁଣାଣି ବେଳେ ଦର ନ ବଢାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏନେଇ ଗତ ଫେବ୍ରୁଆରି 20 ତାରିଖରେ OERCଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ବିଦ୍ୟୁତ କ୍ରୟ ବାବଦ ଖର୍ଚ୍ଚ 19 ପଇସା ବଢିଛି । ଏହାକୁ ଆଡଜଷ୍ଟ କରି ଦର ନ ବଢାଇବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ କୁହାଯାଇଛି । ଏହି ବିତରଣ କମ୍ପାନିମାନଙ୍କ ପାଖରେ 355 କୋଟିର ବଳକା ରାଶି ଥିବାରୁ ତାହାକୁ ଆଡଜଷ୍ଟ କରିବାକୁ କୁହାଯାଇଛି ।"

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 24, 2022, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.