ଭୁବନେଶ୍ବର: ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ସଂଘର୍ଷର କାହାଣୀ ଦେଖାଇବ ଏଡିୟୁ ଗୋଦାର (Adieu Godar) । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ବର ଓ କଟକ ସହରର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର । ଏଥିରେ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ଚଳଚ୍ଚିତ୍ରକୁ ଉପସ୍ଥାପନା କରୁଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ।
ଏଥିସହ ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ସ୍ବସ୍ତିକ ଚୌଧୁରୀ ଓ ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସ ଏଥିରେ ସ୍ବତନ୍ତ୍ର ଭୂମିକାରେ ଏଥିରେ ନଜର ଆସିବେ । ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସେହି ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ଏହି ଓଡିଆ ଫିଲ୍ମ ଓଡିଶାରେ ମୁକ୍ତିଲାଭ କରିବାର ପରବର୍ତ୍ତୀ ସପ୍ତାହରେ କୋଲକାତା ଏବଂ ମୁମ୍ବାଇ ସର୍କଲରେ ମୁକ୍ତିଲାଭ କରିବ । ଏତଦବ୍ୟତୀତ ଚଳଚ୍ଚିତ୍ରଟି ଲଣ୍ଡନର ସୀମିତ ସ୍ଥାନରେ ମୁକ୍ତିଲାଭ କରିବା ସହ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ାରେ ମୁକ୍ତିଲାଭ କରିବ ।
ଇଟିଭି ଭାରତ, ଭୁବନେଶ୍ବର