ETV Bharat / city

‘ଭାସ୍ବତୀ’ ପାଇଁ ତରୁଣକାନ୍ତି ମିଶ୍ରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର - ‘ଭାସ୍ବତୀ’ ପାଇଁ ତରୁଣକାନ୍ତି ମିଶ୍ରଙ୍କୁ ପୁରସ୍କାର

କ୍ଷୁଦ୍ରଗଳ୍ପ ‘ଭାସ୍ବତୀ’ ପାଇଁ ଗାଳ୍ପିକ ତରୁଣକାନ୍ତିଙ୍କୁ ମିଳିବ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏନେଇ ବୁଧବାର ବିଧିବଦ୍ଧ ଭାବେ ଘୋଷଣା ହୋଇଛି ।

sahitya akademi
ତରୁଣକାନ୍ତି ମିଶ୍ରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର
author img

By

Published : Dec 18, 2019, 6:05 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଶାସକ ତଥା ବିଶିଷ୍ଟ ଲେଖକ ତରୁଣକାନ୍ତି ମିଶ୍ର ପାଇବେ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର । କ୍ଷୁଦ୍ରଗଳ୍ପ ‘ଭାସ୍ବତୀ’ ପାଇଁ ତରୁଣକାନ୍ତିଙ୍କୁ ମିଳିବ ଚଳିତ ବର୍ଷର ଏହି ପୁରସ୍କାର । ସାହିତ୍ୟ ଏକାଡେମୀ ପକ୍ଷରୁ ଏନେଇ ବୁଧବାର ବିଧିବଦ୍ଧ ଭାବେ ଘୋଷଣା ହୋଇଛି ।

sahitya akademi
କ୍ଷୁଦ୍ର ଗଳ୍ପ ଭାସ୍ବତୀ ପାଇଁ ପୁରସ୍କାର
sahitya akademi
ପୁରସ୍କାର ଚୟନରେ ରହିଥିଲେ 3ଜଣ ଜୁରୀ

ବୁଧବାର ନିଆଦିଲ୍ଲୀଠାରେ ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ବୈଠକରେ ଓଡିଆ ସମେତ 23ଟି ଭାରତୀୟ ଭାଷାରେ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଛି । ପୁରସ୍କାର ପାଇଁ ମନୋନୀତ ହୋଇଥିବା ପୁସ୍ତକଗୁଡିକ ମଧ୍ୟରେ 7ଟି କବିତା ଗନ୍ଥ, 4ଟି ଉପନ୍ୟାସ, 6ଟି ଖୁଦ୍ରଗଳ୍ପ, 3ଟି ପ୍ରବନ୍ଧ ଏବଂ ଗୋଟିଏ ଲେଖାଏଁ ନନ୍-ଫିକ୍ସନ, ଆତ୍ମଜୀବନୀ ଏବଂ ଜୀବନୀ ଗନ୍ଥ ରହିଛି ।

sahitya akademi
ସାହିତ୍ୟ ଏକାଡେମୀ ପୁରସ୍କାର

ଆସନ୍ତା ୨୦୨୦ ଫେବ୍ରୁଆରି ୨୫ ତାରିଖରେ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ବିଜେତାମାନଙ୍କୁ 1 ଲକ୍ଷ ଟଙ୍କାର ନଗଦ ରାଶି ସହିତ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ।

sahitya akademi
ତରୁଣକାନ୍ତି ମିଶ୍ରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଚଳିତ ବର୍ଷ ଓଡିଆ ଭାଷା ପାଇଁ ପୁରସ୍କାର ବିଜେତାଙ୍କୁ ବାଛିବାକୁ ଯେଉଁ 3 ଜଣିଆ କମିଟି ଏକାଡେମୀ ପକ୍ଷରୁ ଗଠନ ହୋଇଥିଲା ସେଥିରେ, ମାଳବିକା ରାୟ, ଫନି ମହାନ୍ତି ଏବଂ ପ୍ରଫୁଲ କୁମାର ମହାନ୍ତି ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.