ETV Bharat / city

ନ୍ୟାସନାଲ ଜିଓଗ୍ରାଫିରେ ଓଡିଶାକୁ ବାଃ ବାଃ, ଚର୍ଚ୍ଚାରେ ମହାନାୟକ ନବୀନ

ସଙ୍କଟ ସମୟରେ ଅକ୍ସିଜେନ ବାଣ୍ଟି ମାନବିକତାର ପରିଚୟ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି ପ୍ରଶଂସା କରିଛି । ଅଧିକ ପଢନ୍ତୁ...

ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସାନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା
ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା
author img

By

Published : Jul 2, 2021, 8:52 AM IST

Updated : Jul 2, 2021, 6:18 PM IST

ଭୁବନେଶ୍ବର: ପୁଣି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା । ଏଥର ନବୀନଙ୍କୁ ପ୍ରଶଂସା କରିଛି ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି । ସଂକ୍ରମଣ ସଙ୍କଟ ଓ ବାତ୍ୟା ୟସ ପ୍ରଭାବରେ ମଧ୍ୟ ସାରା ଦେଶକୁ ଅକ୍ସିଜେନ ପହଁଚାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ।

ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସାନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା

କୋଭିଡ଼ ସଂକ୍ରମଣ ସଙ୍କଟରେ ଦେଶକୁ ସଞ୍ଜିବନୀ ବାଣ୍ଟିଛି ଓଡ଼ିଶା । ସଙ୍କଟମୋଚକ ସାଜି ସାରା ଦେଶକୁ ସହାୟତାର ହାତ ବଢେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନାର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଥିଲା । ଅକ୍ସିଜେନ ପାଇଁ ସାରା ଦେଶରେ ହାହାକାର ପଡି ଯାଇଥିଲା । ଅକ୍ସିଜେନ ଲାଗି ରୋଗୀ ଓ ସମ୍ପର୍କୀୟ ଡହଳ ବିକଳ ହେଉଥିଲେ । ତେବେ ଏହି ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାର ଦେଶକୁ ନିଶ୍ବାସ ବାଣ୍ଟି ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ୧୭ ରାଜ୍ୟକୁ ପ୍ରାୟ ୩୧ ହଜାର ୨୫୫ ମେଟ୍ରିକ୍ ଟନ୍‌ ଅକ୍ସିଜେନ୍ ଯୋଗାଇଛି ଓଡିଶା । ଏମିତି କି କାରକେଡ କରି ବିଭିନ୍ନ ରାଜ୍ୟରେ ଅକ୍ସିଜେନ ପହଁଚାଇଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ଅନ୍ତର୍ଜାତୀୟ ଚ୍ୟାନେଲ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି ।

ନ୍ୟାସନାଲ ଜିଓଗ୍ରାଫିରେ ଓଡିଶାକୁ ବାଃ ବାଃ, ଚର୍ଚ୍ଚାରେ ମହାନାୟକ ନବୀନ
  • Partner Content for @CMO_Odisha | When India was hit by the second wave of COVID-19, the Odisha government took on a massive mission to supply medical oxygen and save lives. Watch how all forces and departments joined hands to fight the crisis together. https://t.co/CtpxvOdCtV

    — Nat Geo India (@NatGeoIndia) July 1, 2021 " class="align-text-top noRightClick twitterSection" data=" ">

ସେହିପରି କୋଭିଡ଼ର ଦ୍ବିତୀୟ ଲହର ଜାରି ରହି ଥିବାବେଳେ ଆସିଥିଲା ସାମୁଦ୍ରିକ ବାତ୍ୟା ୟାସ । ନିଜର ଏହି ବିପଦ ସମୟରେ ମଧ୍ୟ ଅନ୍ୟ କଥା ଭୁଲି ନଥିଲା ଓଡ଼ିଶା । ବାତ୍ୟା ସହ ଲଢୁ ଥିବାବେଳେ ବି ଭୁଲିନଥିଲା ମାନବିକତା । ଅକ୍ସିଜେନ୍‌ ଯୋଗାଣରେ ଯେମିତି କୌଣସି ବ୍ୟାହାତ ନହୁଏ, ଏନେଇ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସାରା ଦେଶକୁ ଅକ୍ସିଜେନ୍ ଯୋଗାଇ ରାଷ୍ଟ୍ରନାୟକ ସାଜିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି ପ୍ରଶଂସା କରିଛି । ଏହା ସହ ଏହାର ଡକ୍ୟୁମେଣ୍ଟେସନ୍ କରିଛି । ରାଜ୍ୟ ସରକାରଙ୍କ ନିସ୍ବାର୍ଥପର କାମକୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ସ୍ବୀକୃତି ମିଳିଥିବା ରାଜ୍ୟବାସୀଙ୍କ ପାଇଁ ଖୁସିର କଥା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 2, 2021, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.