ETV Bharat / city

ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଯୋଗଦେବେ ରାଜ୍ୟର 4 ବରିଷ୍ଠ ପ୍ରଶାସକ - ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଯୋଗ ଦେବେ ରାଜ୍ୟର ୪ ବରିଷ୍ଠ ପ୍ରଶାସକ

ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ହେବ ମୁଖ୍ୟ ଶାସନ ସଚିବ ସମ୍ମିଳନୀ । ଆସନ୍ତା 16 ତାରିଖରେ ଶୁଭାରମ୍ଭ ହେବାକୁ ଥିବା ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀରେ ଯୋଗ ଦେବେ ଓଡ଼ିଶାର 4 ବରିଷ୍ଠ ପ୍ରଶାସକ । ଅଧିକ ପଢନ୍ତୁ

ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଯୋଗଦେବେ ରାଜ୍ୟର 4 ବରିଷ୍ଠ ପ୍ରଶାସକ

author img

By

Published : Jun 13, 2022, 10:49 PM IST

ଭୁବନେଶ୍ବର: ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ହେବ ମୁଖ୍ୟ ଶାସନ ସଚିବ ସମ୍ମିଳନୀ । ଆସନ୍ତା 16 ତାରିଖରେ ଶୁଭାରମ୍ଭ ହେବାକୁ ଥିବା ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀରେ ଯୋଗ ଦେବେ ଓଡ଼ିଶାର 4 ବରିଷ୍ଠ ପ୍ରଶାସକ ।

ଆସନ୍ତା 16 ଓ 17ରେ ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ହେବ ମୁଖ୍ୟ ଶାସନ ସଚିବ ସମ୍ମିଳନୀ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ପାଇଁ ଦେଶର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଶିକ୍ଷା, ସହରାଞ୍ଚଳ ପ୍ରଶାସନ ଏବଂ କୃଷି ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ । ସମ୍ମିଳନୀରେ ଯୋଗ ଦେବା ଲାଗି ଧର୍ମଶାଳା ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ପ୍ରଶାସନର 4 ବରିଷ୍ଠ ଅଧିକାରୀ ।

ମୁଖ୍ୟ ଶାସନ ସଚିବଙ୍କ ସମେତ ଓଡିଶାରୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ ପ୍ରମୁଖ ଯୋଗ ଦେବେ । ରାଜ୍ୟର କୃଷି ଓ କୃଷକର ବିକାଶ ନେଇ ରାଜ୍ୟ ସରକାର ନେଇ ପଦକ୍ଷେପ ବାବଦରେ ତଥ୍ୟ ଉପସ୍ଥନ କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାର ପ୍ରମୁଖ ସଚିବ ସମ୍ମିଳନୀରେ ଶିକ୍ଷା ବ୍ୟବସ୍ଥା ଓ ଜାତୀୟ ଶିକ୍ଷା ନୀତିର ପ୍ରଣୟନ ସଂକ୍ରାନ୍ତରେ ସବିଶେଷ ବିବରଣୀ ଉପସ୍ଥାପନ କରିବେ ବୋଲି ଜଣାଯାଇଛି । ନଗରାଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବାବଦରେ ନଗର ଉନ୍ନୟନ ସଚିବ ତଥ୍ୟ ଉପସ୍ଥାପନ କରିବେ ।ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ, କେନ୍ଦ୍ର କାର୍ମିକ ଓ ତାଲିମ ସଚିବ ଏସ୍‍.ରାଧା ଚୌହାନ ଏବଂ ଅନ୍ୟ ସଚିବମାନେ ଉପସ୍ଥିତ ରହିବେ । ମୁଖ୍ୟ ସଚିବମାନଙ୍କ ସମ୍ମିଳନୀରେ ମୁଖ୍ୟତଃ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଜୋର ଦିଆଯିବ । ସମ୍ମିଳନୀରେ ଦେଶର ବରିଷ୍ଠ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଚର୍ଚ୍ଚା ହେବ । ଏଥି ସହିତ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉପୁଜୁଥିବା ମତପାର୍ଥକ୍ୟକୁ କିଭଳି ସମାଧାନ କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଲୋଚନା ହେବ । ଏହି ସମ୍ମିଳନୀରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଥିବାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ଅଗ୍ରଗାମୀ ଯୋଜନାଗୁଡିକ ଯେଭଳି ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ସେଥିପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ରାଜ୍ୟମାନଙ୍କକୁ ପରାମର୍ଶ ଦେବେ ।ରାଜ୍ୟ ସରକାରଙ୍କ ସହରାଞ୍ଚଳ ପ୍ରଶାସନ ଯେଭଳି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବାରୁ ଏହି ସଫଳତା ମଧ୍ୟ ସମ୍ମିଳନୀରେ ଉପସ୍ଥାପନ କରାଯିବବୋଲି ଜଣାଯାଇଛି । ଅନୁରୂପ ଭାବେ ପ୍ରଧାନମନ୍ତ୍ରୀଙ୍କ ଅଗ୍ରାଧିକାର ପ୍ରକଳ୍ପ ‘କୃଷକଙ୍କ ଆୟ ଦୁଇଗୁଣା’ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଓଡିଶା ଚାଷୀୟ ଆୟ ଦୁଇଗୁଣା ହୋଇଥିବାରୁ ମଧ୍ୟ ରାଜ୍ୟକୁ ପ୍ରଶଂସା କରାଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା ଯୋଗଦେବେ ଯିଏ କି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅନେକ ଚାଷୀ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.