ETV Bharat / city

ଶୁଭାରମ୍ଭ ହେବ ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ - ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଗୁରୁବାର) ଓଡ଼ିଶାର ସର୍ବପ୍ରଥମ ଟାଉନ୍ ପ୍ଲାନିଂ ଯୋଜନା ଏବଂ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ..

ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ
ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ
author img

By

Published : Dec 24, 2020, 1:21 PM IST

Updated : Dec 24, 2020, 1:41 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଗୁରୁବାର) ଓଡ଼ିଶାର ସର୍ବପ୍ରଥମ ଟାଉନ୍ ପ୍ଲାନିଂ ଯୋଜନା ଏବଂ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରୁଛନ୍ତି। ଏହା ଅଧିନରେ ୫୮ଟି ରାଜସ୍ବ ଗ୍ରାମରେ ସମୁଦାୟ ୪୫ଟି ଟାଉନ୍ ପ୍ଲାନିଂ ଯୋଜନା ରହିଛି ।

ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ
ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ

ଏହା ଅଧିନରେ ୬୫ କିମି ବିଶିଷ୍ଟ ଲିଙ୍କ୍ ରୋଡର ବ୍ୟବସ୍ଥା ତଥା ସାମାଜିକ ଓ ଭୌତିକ ଭିତ୍ତିଭୂମିର ବିକାଶ ବ୍ୟବସ୍ଥା କରାଯାଇଛି। ତେବେ ସହଜପୁରର 358 ଜଣ ଜମି ମାଲିକଙ୍କୁ ପଟ୍ଟା ପ୍ରଦାନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ 5 ଜଣ ଜମି ମାଲିକଙ୍କୁ ଜମି ପଟ୍ଟା ବାଣ୍ଟିବେ । ଅନ୍ୟପକ୍ଷେ ବିଡିଏ ସମ୍ମିଳନୀ କକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜମି ମାଲିକଙ୍କୁ ପଟ୍ଟା ଦେବେ ।

ପ୍ରକାଶଥାଉକି, ଟିପି ସ୍କିମ୍ ହିତାଧିକାରୀଙ୍କୁ କିପରି ଜମି ଆବଣ୍ଟନ କରାଯିବ ସେନେଇ ଦୀର୍ଘ 3 ବର୍ଷ ହେଲା ବିବାଦ ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ଆବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଛି । ପ୍ରାୟ 6 ମାସ ପୂର୍ବେ ବିଡିଏ ଡ୍ରାଫ୍ଟ ପଟାକୁ ୱେବସାଇଟରେ ଛାଡିଥିଲା । ଏଥିରେ ଥିବା ତ୍ରୁଟିକୁ ସଂଶୋଧନ କରି ଚୁଡାନ୍ତ ପଟ୍ଟା ପ୍ରସ୍ତୁତ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 24, 2020, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.