ETV Bharat / city

ଓଡିଶାର ଇଣ୍ଡୋନେସିଆ କନେକ୍ସନ: କାନ୍ଥରେ ଝଲସୁଛି ସାଂସ୍କୃତିକ ସଂପର୍କ

author img

By

Published : Nov 11, 2019, 10:28 PM IST

ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ସଂପର୍କ ଏବଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ନେଇ ରାଜଧାନୀର ଲଳିତକଳା ଏକାଡେମୀରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ଫଟୋ ପ୍ରଦର୍ଶନ ସହ  କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର , କଫି ଟେବଲ ବୁକ ଏବଂ କ୍ୟାଲେଣ୍ଡର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ସଂପର୍କ ଏବଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ନେଇ ରାଜଧାନୀର ଲଳିତକଳା ଏକାଡେମୀରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ଫଟୋ ପ୍ରଦର୍ଶନ ସହ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର , କଫି ଟେବଲ ବୁକ ଏବଂ କ୍ୟାଲେଣ୍ଡର ଦେଖିବାକୁ ମିଳିଛି । ଓଡିଶା ଏବଂ ବିଭିନ୍ନ ସହରରେ ରିସୋର୍ସ ଇଣ୍ଡିକା ପକ୍ଷରୁ ‘ଦି ପ୍ରାଇଡ଼ ଆଣ୍ଡ ଗ୍ଲୋରି ଅଫ ବାଲିଯାତ୍ରା’ଆୟୋଜିତ ହେଉଛି । କଳିଙ୍ଗର ଇତିହାସକୁ ବିଶ୍ୱ ଦରବାରରେ ଉତଥାପନ କରିବା ପାଇଁ ରିସୋର୍ସ ଇଣ୍ଡିକା ପକ୍ଷରୁ ଏହି ପ୍ରୟାସ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ସହ ଇଣ୍ଡୋନେସିଆର ସଂପର୍କ ବହୁ ପ୍ରାଚୀନ ଓ ଏହା ସହ ବାଲିଯାତ୍ରା ପଡ଼ିଆରେ ହୋଇଥିବା ଇଣ୍ଡୋନେସିଆ ପାଭେଲିୟନରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଥିବା କଥା ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ତୋ ରେଜା ସୂର୍ଯ୍ୟଦିପୁରୋ କହିଛନ୍ତି ।

ପ୍ରଥମଥର ପାଇଁ ଦକ୍ଷିଣପୂର୍ବ ଏସିଆ ସହ ଓଡ଼ିଶାର ସାଂସ୍କୃତିକ, ପର୍ଯ୍ୟଟନ, କଳା ଏବଂ ସଂସ୍କୃତି ନେଇ ଏକ ଅନନ୍ୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ଏହା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ବାଲିଯାତ୍ରା ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ । ଦକ୍ଷିଣପୂର୍ବ ଏସିଆ ଯଥା-ଇଣ୍ଡୋନେସିଆ, ଥାଇଲାଣ୍ଡ, କାମ୍ବୋଡିଆ, ଭିଏତନାମ ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ରହିଛି। ଏହି ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପ୍ରଭାବ ଏବଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ନେଇ ପ୍ରଥମ ଅନନ୍ୟ ମଲ୍ଟିମିଡ଼ିଆ ଫଟୋଚିତ୍ରା ପଦର୍ଶନୀ।

Body:ଓଡ଼ିଶାର କଳା ,ସଂସ୍କୃତି, ପର୍ଯ୍ୟଟନ ମହାନ।ବାଲିଯାତ୍ରା ଏକ ଅନନ୍ୟ ପରମ୍ପରା।ଏହା ସହିତ ଇଣ୍ଡୋନେସିଆର ସଂପର୍କ ବହୁ ପ୍ରାଚୀନ ,ଦକ୍ଷିଣପୂର୍ବ ଏସିଆ ସହିତ ଓଡ଼ିଶାର ସାଂସ୍କୃତିକ ପ୍ରଭାବ ସମ୍ବନ୍ଧୀୟ ଏକ ପ୍ରଥମ ଅନନ୍ୟ ମଲ୍ଟିମିଡ଼ିଆ ଫୋଟୋଚିତ୍ର ପଦର୍ଶନୀ ଉଦଘାଟନ ଅବସରରେ ଏହା କହିଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ମହାମହିମ ସିଦ୍ଧାର୍ଥ ରେଜା ସୂର୍ଯ୍ୟଦିପୁରୋ।ଓଡିଶା ଏବଂ ବିଭିନ୍ନ ସହରରେ ଏତାଦୃଶ ପଦର୍ଶନୀ ଆୟୋଜିତ କରିବା ନିମନ୍ତେ ବିଗତ ଏକ ବର୍ଷ ହେବ ଦି ପ୍ରାଇଡ଼ ଆଣ୍ଡ ଗ୍ଲୋରି ଅଫ ବାଲିଯାତ୍ରା ସହିତ ଅନୁବନ୍ଧିତ ।ଚଳିତ ବର୍ଷ କଟକ ବାଲିଯାତ୍ରା ପଡ଼ିଆରେ ହୋଇଥିବା ଇଣ୍ଡୋନେସିଆ ପଭେଲୀୟନରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ପୁନରୁଥାନ କରିବା ନିମନ୍ତେ ଚେଷ୍ଟା ଜାରି ରଖିଛୁ ବୋଲି ରାଷ୍ଟ୍ରଦୂତ କହିଥିଲେ।

ପ୍ରଥମଥର ପାଇଁ ଦକ୍ଷିଣପୂର୍ବ ଏସିଆ ସହିତ ଓଡ଼ିଶାର ସାଂସ୍କୃତିକ ପ୍ରଭାବ,ପର୍ଯ୍ୟଟନ, କଳା ଏବଂ ସଂସ୍କୃତି ନେଇ ଏକ ଅନନ୍ୟ ଫୋଟୋଚିତ୍ର ପଦର୍ଶନୀ ଆୟୋଜିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ଏହା ଏକ ପ୍ରସଂସାଯୋଗ୍ୟ ପଦକ୍ଷେପ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ଆସନ୍ତାକାଲି ଠାରୁ ବାଲିଯାତ୍ରା ଆରମ୍ଭ ହେବ।ଓଡିଶା ସହିତ ଏହାର ପ୍ରାଚୀନ ସମ୍ପର୍କ ରହିଛି।ଆଜି ଏହି ଅନନ୍ୟ ପଦର୍ଶନୀ ରେ ଖୁଦ୍ର ପ୍ରାମାଣିକ ଚଳଚିତ୍ର ,କଫି ଟେବଲ ବୁକ ଏବଂ କ୍ୟାଲେଣ୍ଡର ଦେଖିବାକୁ ମିଳିଛି।ଏହି ପ୍ରାଚୀନ ସଂସ୍କୃତି ର ପ୍ରଚାର ପ୍ରସାର ଭିତିକ ଅଭିଯାନ ର ଅଂଶ ସ୍ୱରୂପ ରିସୋର୍ସ ଇଣ୍ଡିକାକ ପ୍ରଚେଷ୍ଟା କରିଛି ବୋଲି ରାଜ୍ୟ ସଂସ୍କୃତି ସଚିବ ବିଶାଳ ଦେବ।

ଦକ୍ଷିଣପୂର୍ବ ଏସିଆ ସହିତ କଳିଙ୍ଗର ଗୌରବକୁ ଉଜ୍ଜୀବିତ କରିବା ସହିତ ଓଡ଼ିଶାର ସାଂସ୍କୃତିକ ପ୍ରଭାବ ଏବଂ ନୌବାଣିଜ୍ୟ ପରମ୍ପରା କୁ ରୁଦ୍ଧିମନ୍ତ କରିବା ଏବଂ କଳିଙ୍ଗର ଇତିହାସକୁ ବିଶ୍ୱ ଦରବାରରେ ଉତଥାପନ କରିବା ପାଇଁ ରିସୋର୍ସ ଇଣ୍ଡିକାର ଏଭଳି ପ୍ରୟାସ।

କଟକରେ ବାଲିଯାତ୍ରା ଏକ ଅନନ୍ୟ ପରମ୍ପରା।ବାଲିଯାତ୍ରା ଓଡ଼ିଶାର ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ।ଦକ୍ଷିଣପୂର୍ବ ଏସିଆ ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, କାମ୍ବୋଡିଆ ,ଭିଏତନାମ ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ରହିଛି।କଳା, ସଂସ୍କୃତି, ବ୍ୟବସାୟ ,ପର୍ଯ୍ୟଟନ ନେଇ ବଣିଜ୍ୟକ ସମ୍ପର୍କ ରହିଛି।ତେବେ କାର୍ତିକ ମାସ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଯାତ୍ରା ଆରମ୍ଭ ହୁଏ।କଟକରେ ଏହି ଯାତ୍ରା ୮ଦିନ ଧରି ଚାଲେ।ରାଜ୍ୟ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ମାନେ ଆସନ୍ତି।ଧୁମଧାମରେ ଏହି ପ୍ରାଚୀନ ସଂସ୍କୃତିକୁ ମନଭରି ଉପଭୋଗ କରନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.