ଭୁବନେଶ୍ବର: ଆତ୍ମନିର୍ଭର ଭାରତ ଅଭିଯାନର ଅଂଶ ଭାବରେ ବାଣିଜ୍ୟିକ ଉପଯୋଗ ଲାଗି ଉଦ୍ଦିଷ୍ଟ କୋଇଲା ଖଣିଗୁଡିକର ଖୋଲା ନିଲାମି ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଭିଡିଓ କନ୍ଫ୍ରେନ୍ସି ଜରିଆରେ 41ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଉଦ୍ଘାଟନ କରିଛନ୍ତି ସେ । ତେବେ ସେଗୁଡିକ ମଧ୍ୟରେ ଓଡିଶାର 9ଟି ଖଣି ରହିଛି ।
![ନିଲାମ ହେବ ଓଡିଶାର 9ଟି କୋଇଲା ଖଣି](https://etvbharatimages.akamaized.net/etvbharat/prod-images/03:23_od-bbs-5-coalblockauction-avo-7205239_18062020152148_1806f_1592473908_390.jpg)
ଓଡିଶାର ଛେଣ୍ଡିପଦା 1 ଓ 2, ମାଛକତା ଓ ମହାନଦୀ, ରାଧିକାପୁର ଇଷ୍ଟ ଓ ୱେଷ୍ଟ, ବ୍ରହ୍ମଣବିଲ ଓ କରଦାବାହଲ, କୁରାଳଇ ଏ ନର୍ଥ ଏବଂ ଫୁଲଝରି ଇଷ୍ଟ ଆଣ୍ଡ ୱେଷ୍ଟ ଆଦି ଖଣି ନିଲାମ ହେବ ବୋଲି ଜଣା ପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ