ETV Bharat / city

ଧୂଆଁହୀନ ତମାଖୁ ସେବନରେ ଶୀର୍ଷରେ ଓଡିଶା ମହିଳା: ସର୍ଭେ - Odisha Women

ଧୂଆଁହୀନ ତମାଖୁ ସେବନରେ ଶୀର୍ଷରେ ଓଡିଶା ମହିଳା । ରାଜ୍ୟରେ ଅଧିକାଶଂ ମହିଳା ଅଧିକ ଧୂଆଁହୀନ ତମାଖୁ ସେବନ କରୁଛନ୍ତି। ଜାତୀୟ ହାରଠାରୁ ରାଜ୍ୟରେ ଏସଏଲଟିର ବ୍ୟବହାର 4 ଗୁଣ ଅଧିକ। ଅଧିକ ପଢନ୍ତୁ...

Smokeless Tobacco Use
Smokeless Tobacco Use
author img

By

Published : Nov 13, 2021, 5:08 PM IST

ଭୁବନେଶ୍ବର: ଧୂଆଁହୀନ ତମାଖୁ ସେବନରେ ଶୀର୍ଷରେ ଓଡିଶା ମହିଳା । ରାଜ୍ୟରେ ଅଧିକାଂଶ ମହିଳା ଅଧିକ ଧୂଆଁହୀନ ତମାଖୁ ସେବନ କରୁଛନ୍ତି। ଜାତୀୟ ହାର ଠାରୁ ରାଜ୍ୟରେ ଏସଏଲଟିର ବ୍ୟବହାର 4 ଗୁଣ ଅଧିକ।

ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗରେ ଧୂଆଁହୀନ ତମାଖୁ ସେବନ ବ୍ୟବହାରକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ମହିଳାମାନଙ୍କ ମଧ୍ୟରେ ଧୂମ୍ରହୀନ ତମାଖୁ (ଏସଏଲଟି) ବ୍ୟବହାରରେ ସାମାନ୍ୟ ହ୍ରାସ ଘଟିଛି। ଓଡିଶା ଜାତୀୟ ହାରରେ ଅତି କମରେ ଚାରି ଗୁଣ ରେକର୍ଡ କରିଛି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ 1 ଏବଂ 2 ର ଆଧାରରେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶରେ ମହିଳାମାନଙ୍କ କ୍ଷେତ୍ରରେ ଧୂଆଁହୀନ ତମାଖୁ ବା ଏସଏଲଟିର ବ୍ୟବହାର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଓଡିଶାରେ ଏହା ବଢିଛି । ଖାଲି ଏତିକି ନୁହେଁ ରାଜ୍ୟରେ ଯେତିକି ସଂଖ୍ୟକ ମହିଳା ଏସଏଲଟି ବ୍ୟବହାର କରୁଛନ୍ତି ତାହା ଜାତୀୟ ହାରଠାରୁ 4ଗୁଣା ଅଧିକ।

ଏନେଇ ଆରଏମଆରସି ପକ୍ଷରୁ ହୋଇଥିବା ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କ କ୍ଷେତ୍ରରେ ଏହି ଏସଏଲଟିକୁ ହ୍ରାସ କରିବାକୁ ହେଲେ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ଗତ ସାତ ବର୍ଷ ମଧ୍ୟରେ ସାରା ଦେଶରେ ଏସଏଲଟିର ପ୍ରାଦୁର୍ଭାବ 35.49 ପ୍ରତିଶତ ରୁ 56.53 ପ୍ରତିଶତ କୁ ବୃଦ୍ଧି ପାଇଛି।

ସେପଟେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁସାରେ ହିମାଚଳ ପ୍ରଦେଶରେ ସର୍ବନିମ୍ନ 0.14 ପ୍ରତିଶତ ରହିଛି । ଏଥିସହ ପଞ୍ଜାବ, ହିମାଚଳ ପ୍ରଦେଶ ଚଣ୍ଡିଗଡ ଉଭୟ ରାଉଣ୍ଡରେ ଏସଏଲଟିର ସର୍ବନିମ୍ନ ପ୍ରାଦୁର୍ଭାବରେ ରହିଛନ୍ତି ।

ଅନ୍ୟପଟେ ବିଶ୍ବରେ 248 ନିୟୁତ ଏସଏଲଟି ବ୍ୟବହାରକାରୀ ଅଛନ୍ତି | ମହିଳାଙ୍କ ପାଇଁ ଏସଏଲଟି ଏକ ସମ୍ଭାବ୍ୟ ବିପଦ ଏବଂ ସେମାନଙ୍କ ମଧ୍ୟରୁ 90% ପ୍ରତିଶତ ଭାରତୀୟ ଉପ-ମହାଦେଶରେ ବାସ କରନ୍ତି। ତଥ୍ୟ ଅନୁସାରେ ଏହି ତମାଖୁ ସେବନ ଦ୍ବାରା ମୁଖ ଗହ୍ବର କର୍କଟ, ହୃଦ ରୋଗ, ଅଷ୍ଟିଓପୋରୋସିସ, ପ୍ରଜନନ ଜନିତ ରୋଗ, ଗର୍ଭଧାରଣ ଜଟିଳତା ପରି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏତତ ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.