ETV Bharat / city

ବଜେଟ 2021-22: 44 ହଜାର କୋଟି ଟଙ୍କା ଋଣ କରିବ ଓଡ଼ିଶା - ଓଡ଼ିଶା ବଜେଟ 2021-22

ବିଧାନସଭାରେ 2021-22 ବର୍ଷ ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷ ବଜେଟରେ ପ୍ରାୟ 44 ହଜାର କୋଟି ଟଙ୍କାର ଋଣ କରିବେ ରାଜ୍ୟ ସରକାର। ଅଧିକ ପଢ଼ନ୍ତୁ...

odisha will lend 44 crore loan according to budget 2021-22
ବଜେଟ 2021-22: 44 ହଜାର କୋଟି ଟଙ୍କା ଋଣ କରିବ ଓଡ଼ିଶା
author img

By

Published : Feb 22, 2021, 11:01 PM IST

ଭୁବନେଶ୍ବର: ବିଧାନସଭାରେ 2021-22 ବର୍ଷ ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷ ବଜେଟରେ ପ୍ରାୟ 44 ହଜାର କୋଟି ଟଙ୍କାର ଋଣ କରିବେ ରାଜ୍ୟ ସରକାର। ଗତବର୍ଷ 27 ହଜାର 250 କୋଟି ଟଙ୍କା ଋଣ କରିଥିଲେ ରାଜ୍ୟ ସରକାର। 2020 ମସିହା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ମୋଟ ଋଣ ମୂଲ୍ୟ 92 ହଜାର 775 କୋଟି ଟଙ୍କାରେ ପହଞ୍ଚିଥିଲା।

କୋଭିଡ-19 ଭୂତାଣୁ ସଂକ୍ରମଣ ସତ୍ତ୍ବେ 10 ପ୍ରତିଶତ ଅଧିକ ରାଜସ୍ବ ଆଦାୟ ହେବା ନେଇ ଆକଳନ କରାଯାଉଛି। ମୋଟ ଋଣ ପରିମାଣ ରାଜ୍ୟ ଜିଡିପିର ୨୦.୯ ପ୍ରତିଶତ ହେବ। ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟରେ ସୂଚନା ଦେଇଛନ୍ତି। ଏହାସହ ଆର୍ଥିକ ନିଅଣ୍ଟ ପରିମାଣ ୩.୫ ପ୍ରତିଶତରେ ସୀମିତ ରହିବ।

ବଜେଟରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟ ସରକାର ଏଥିପାଇଁ ୨୪, ୩୭୦ କୋଟିର ବଜେଟ ଧାର୍ଯ୍ୟ କରିଛନ୍ତି। କେବଳ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରାଥମିକ ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ କରାଯାଇଛି। ସେହିଭଳି ମୋ ସ୍କୁଲ ପାଇଁ ୨୫୩ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ମୋ କଲେଜ ପାଇଁ ୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।

ଚଳିତ ବଜେଟରେ କାଳିଆ ଯୋଜନା ପାଇଁ 1 ହଜାର 800 କୋଟି ଟଙ୍କା ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। ଏହାସହ ଜମିରେ ବିହନ ଓ ସାର ଯୋଗାଇ ଦେବାକୁ 100 କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ଉଦ୍ୟାନ କୃଷି ବିକାଶ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୩୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.