ETV Bharat / city

5 ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଙ୍ଗ ଜାରି - ପ୍ରବଳ ବର୍ଷା

ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ..

5 ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଙ୍ଗ ଜାରି

author img

By

Published : Jul 23, 2020, 6:06 PM IST

Updated : Jul 23, 2020, 8:38 PM IST

ଭୁବନେଶ୍ବର: ବାଂଲାଦେଶ ଓ ପଶ୍ଚିମବଙ୍ଗ ଗାଙ୍ଗୟ ଆଖପାଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ମୌସୁମୀ ଟ୍ରଫ ବିହାରରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୪ ଜୁଲାଇ ଶୁକ୍ରବାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ନୂଆପଡା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି, କଳାହାଣ୍ଡି, ସୋନପୁର, ନବରଙ୍ଗପୁର ,ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଗୁରୁବାର ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

5 ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଙ୍ଗ ଜାରି

ସେହିପରି ୨୫ ତାରିଖ ଅର୍ଥାତ ଶନିବାର ନୂଆପଡା,ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼,ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗ୍ରାମରେ ସର୍ବାଧିକ ୧୬୦.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସୁନ୍ଦରଗଡ଼ର ବଣାଇଗଡ଼ରେ ୧୫୮.୦ ମିମି, ନୂଆପଡା ଜିଲ୍ଲା ସିନାପାଲିରେ ୧୪୬.୦ ମିମି, କଳାହାଣ୍ଡି ଜିଲ୍ଲା କୋକସରାରେ ୧୩୫.୨ ମିମି, ଜୁନାଗଡ଼ ରେ ୧୨୨ .୦ ମିମି,ବରଗଡ଼ ଜିଲ୍ଲା ସୋହେଲା ରେ ୧୨୨.୦ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭.୦ ଡିଗ୍ରୀ ରେକର୍ଡ କରାଯାଇଛି।ଓଡ଼ିଶାରେ ଜୁନ ୧ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଋତୁ କାଳୀନ ବର୍ଷା ୪୪୭.୨ ମିମି ରେକର୍ଡ କରାଯାଇଛି । ସ୍ୱାଭାବିକ ଠାରୁ ୪ ପ୍ରତିଶତ କମ ରହିଛି । ୨ ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି।ନୂଆପଡା ଓ ଝାରସୁଗୁଡା ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ୯ ଜିଲ୍ଲାରେ ୨୦ ପ୍ରତିଶତ ରୁ କମ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ସୋନପୁର ଜିଲ୍ଲାର କମ ବର୍ଷା ହୋଇଛି । ପୁରୀରେ ସବୁଠୁ କମ ବର୍ଷା ହୋଇଛି। ଅନ୍ୟପଟେ ଭୁବନେଶ୍ୱର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jul 23, 2020, 8:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.