ETV Bharat / city

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା - ବିଭିନ୍ନ ସ୍ଥାନରେ ବିଜୁଳି ସହ ଘଡଘଡି ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଛି । ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

Odisha weather report by metrological director-
ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା
author img

By

Published : Jul 28, 2020, 2:35 AM IST

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ । ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୌସୁମୀ ସହ ଜଡିତ ଟ୍ରଫ ଲାଇନର ସ୍ଥିତି ହିମାଳୟର ପାଦ ଦେଶରେ ରହିଥିବାରୁ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ରହିଛି ।

ଗତ ୨୪ ଘଣ୍ଟାରେ ଦକ୍ଷିଣ-ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ବାକି ସ୍ଥାନରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ରାୟଗଡା ଜିଲ୍ଲାରରେ ସର୍ବାଧିକ ୪୩.୦ ମିମି ବର୍ଷ ରେକର୍ଡ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ୪୧.୯ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସର୍ବାଧିକ ୩୭.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ଛଡା ଭୁବନେଶ୍ବର ଠାରେ ୩୫.୯ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୬.୨ ଡିଗ୍ରୀ ସେଲସିୟସ ବର୍ଷା ରେକର୍ଡ ହୋଇଛି ।

ରବିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ ଆଜି ସମୁଦ୍ର ପତ୍ତନ ଠାରୁ ୧.୫ କିମି ରୁ ୫.୮ କିମି ମଧ୍ୟରେ ରହିଛି । ବିହାରରୁ ଉତ୍ତର ଓଡିଶା ଉପକୂଳ ଯାଇଁ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଏକ ଟ୍ରଫ ଲାଇନ ରହିଛି ।

Odisha weather report by metrological director
ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ବର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି-ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୮ ତାରିଖରେ ଓଡିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏତତବ୍ୟତୀତ ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।

ସେହିପରି ୨୯ ଏବଂ ୩୦ ତାରିଖରେ ତାରିଖରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି । ୩୧ ତାରିଖରେ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାରୁ ଦକ୍ଷିଣ-ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧ ଜୁନ ରୁ ୨୭ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୫୮.୪ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୫୧୧.୬ ମିମି ଠାରୁ ୧୦ ପ୍ରତିଶତ କମ । ୧ ଜୁନ ରୁ ୨୭ ଜୁଲାଇ ମଧ୍ୟରେ ଓଡ଼ିଶାର ୧୧ ଗୋଟି ଜିଲ୍ଲା, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା , ଜଗତସିଂହପୁର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର,ଏବଂ ସୋନପୁର ଠାରେ ସ୍ବାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନରୁ ୨୭ ଜୁଲାଇ ମଧ୍ୟରେ ଓଡ଼ିଶାର ଝାରସୁଗୁଡା ଏବଂ ନୂଆପଡା ଜିଲ୍ଲାରେ ସ୍ବାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାରେ ୧ ଜୁନ ରୁ ୨୬ ଜୁଲାଇ ମଧ୍ୟରେ ସର୍ବନିମ୍ନ ୨୦୫.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୩୯୬.୧ ମିମି ଠାରୁ ୪୮ ପ୍ରତିଶତ କମ ଏବଂ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୬୬୬.୫ ମିମି ଯାହା ସ୍ବାଭାବିକ ବର୍ଷା ୫୩୯.୧ ମିମି ଠାରୁ ୨୪ ପ୍ରତିଶତ ଅଧିକ ରେକର୍ଡ ହୋଇଛି ।

କେନ୍ଦ୍ରାପଡା ଜିଲ୍ଲାରେ ୨୫୫.୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୪୫୧.୬ ଠାରୁ ୪୩ ପ୍ରତିଶତ କମ, ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୨୬୭.୭ ମିମି ରେକର୍ଡ, ସ୍ବାଭାବିକ ବର୍ଷା ୪୬୪.୪ ଠାରୁ ୪୨ ପ୍ରତିଶତ କମ ଅଟେ । ଯାଜପୁର ଜିଲ୍ଲାରେ ୩୫୩ ମିମି, ସ୍ବାଭାବିକ ବର୍ଷା ୬୦୩.୦ ମିମି ଠାରୁ ୪୧ ପ୍ରତିଶତ କମ ଏବଂ କଟକ ଜିଲ୍ଲାରେ ୩୦୦.୧ ମିମି ରେକର୍ଡ, ଯାହା ସ୍ବାଭାବିକ ବର୍ଷା ୪୯୬.୪ ଠାରୁ ୪୦ ପ୍ରତିଶତ କମ ଅଟେ । ୧ ଜୁନ ରୁ ୨୭ ଜୁଲାଇ ୨୦୨୦ ମଧ୍ୟରେ ୧୧ ଗୋଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ, ଦୁଇଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ଏବଂ ଅବଶିଷ୍ଟ ୧୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ବୋଲି ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.