ETV Bharat / city

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଏପ୍ରିଲ ୨୭ରେ ଗର୍ଜିବ ଓଡ଼ିଶା ବୀର ମହାସଂଘ - ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ପୁଣି ଥରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଉଠିଲା ଦାବି । ଏନେଇ ଏପ୍ରିଲ୍‌ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ କରାଯିବ । ଅଧିକ ପଢ଼ନ୍ତୁ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଏପ୍ରିଲ ୨୭ରେ ଗର୍ଜିବ ଓଡ଼ିଶା ବୀର ମହାସଂଘ

author img

By

Published : Apr 24, 2022, 9:48 PM IST

ଭୁବନେଶ୍ବର: ପୁଣି ଥରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଉଠିଲା ଦାବି । ଏହି ଦାବି ନେଇ ଏପ୍ରିଲ୍‌ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ କରାଯିବ । ଏହାକୁ ନେଇ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଏପ୍ରିଲ ୨୭ରେ ଗର୍ଜିବ ଓଡ଼ିଶା ବୀର ମହାସଂଘ

ଏପ୍ରିଲ୍‌ ୨୭ ତାରିଖରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବ । ଏହି ଶୋଭାଯାତ୍ରା ବରୁଣେଇଠାରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିବ । ଏହାପରେ ରାଜଧାନୀ ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚି ସେଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବ । ଶେଷରେ ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ ।

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା, ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଇଦେବା ଦାବିରେ ହେବ ସମାବେଶ । ଏହାସହ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି କରିଛି ଓଡ଼ିଶା ବୀର ମହାସଂଘ । ଦୀର୍ଘ ଦିନ ଧରି ଏହି ଦାବି କରି ଆସୁଛି ଓଡ଼ିଶା ବୀର ମହାସଂଘ ।

ପୂର୍ବରୁ କୋଭିଡ ମହାମାରୀ ପାଇଁ ଦିଲ୍ଳୀରେ ସମାବେଶ ପାଇଁ ଓଡ଼ିଶା ବୀର ମହାସଂଘକୁ ଅନୁମତି ମିଳିନଥିଲା । କିନ୍ତୁ ଆଗାମୀ ଦିନରେ ପାଇକ ମହାସଂଘ ନିଶ୍ଚିତ ଭାବେ ଦିଲ୍ଳୀ ଯାଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦାବି ସମ୍ପର୍କିତ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ଓଡ଼ିଶା ବୀର ମହାସଂଘ ସାଧାରଣ ସମ୍ପାଦକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.