ETV Bharat / city

ଟୀକାକରଣରେ ରାଜ୍ୟର ରେକର୍ଡ, ୨ ଲକ୍ଷ ଗର୍ଭବତୀ ନେଇସାରିଲେଣି ଟିକା

author img

By

Published : Oct 10, 2021, 3:57 PM IST

ମହାମାରୀ କୋଭିଡର ମୁକାବିଲା ପାଇଁ କଟକଣା ସହ ଗର୍ଭବତୀଙ୍କ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଫଳସ୍ବରୁପ ଏଯାବତ୍ ୩ କୋଟିରୁ ଉର୍ଦ୍ଧ୍ବ ଡୋଜ ନେଇଛନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

ରାଜ୍ୟର ଟୀକାକରଣରେ ନୂଆ ରେକର୍ଡ, ଗର୍ଭବତୀ ମହିଳାଙ୍କୁ ଟୀକାକରଣରେ ୨ ଳକ୍ଷ ପାର୍

ଭୁବନେଶ୍ବର: ଗର୍ଭବତୀଙ୍କୁ ଟୀକାକରଣରେ ଆଉ ପାଦେ ଆଗରେ ଓଡିଶା । ଗର୍ଭବତୀ ମା'ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୀକାକରଣକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର । ତେବେ ରାଜ୍ୟରେ 3 କୋଟିରୁ ଉର୍ଦ୍ଧ୍ବ ଟୀକାକରଣ କରାଯାଇଥିବା ବେଳେ ତା ମଧ୍ୟରୁ 2 ଲକ୍ଷ 942 ଗର୍ଭବତୀଙ୍କୁ ଟୀକା ଦିଆସାରିଲାଣି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଟିକାକରଣକୁ ଅଧିକରୁ ଅଧିକ ତ୍ବରାନ୍ବିତ କରୁଛନ୍ତି ।

ସେପଟେ ରାଜ୍ୟରେ ଏପର୍ଯ୍ୟନ୍ତ 3 କୋଟି 26 ଲକ୍ଷ 53 ହଜାର 378 ଡୋଜ ଟୀକା ନେଇସାରିଲେଣି । ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ 3 ଲକ୍ଷ 52 ହଜାର 402 (100ପ୍ରତିଶତ) ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ନେଇଥିବାବେଳେ ଦ୍ବିତୀୟ ଡୋଜ ନେଇଛନ୍ତି 3 ଲକ୍ଷ 2 ହଜାର 364 (90%)। ସେହିପରି ଭାବରେ 3 ଲକ୍ଷ 49 ହଜାର 793 (99%) ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ନେଇଛନ୍ତି 2 ଲକ୍ଷ 95 ହଜାର 314(95%) ସମ୍ମୁଖ ଯୋଦ୍ଧା ।

ତେବେ 18 ବର୍ଷରୁ 44 ବର୍ଷ ମଧ୍ୟରେ ଟୀକା ନେଇଛନ୍ତି 1 କୋଟି 27 ଲକ୍ଷ 13 ହଜାର 296 ପ୍ରଥମ ଡୋଜ (66%) ଓ ଦ୍ବିତୀୟ ଡୋଜ ନେଇଛନ୍ତି 34 ଲକ୍ଷ 81ହଜାର 034 (78%) । ଏହା ସହ 45 ବର୍ଷରୁ ଉର୍ଦ୍ଧ୍ବ ଟିକା ନେଇଛନ୍ତି 98ଲକ୍ଷ 64ହଜାର 279(85%) ଓ ଦ୍ବିତୀୟ ଡୋଜ ନେଇଛନ୍ତି 52 ଲକ୍ଷ 94 ହଜାର 896 ଜଣ ।

ତେବେ ରାଜ୍ୟରେ କୋଭିସିଲଡ଼ 18 ଲକ୍ଷ 97 ହଜାର 910 ଡୋଜ ରହିଥିବା ବେଳେ କୋଭାକ୍ସିନ ରହିଛି 3 ଲକ୍ଷ 93 ହଜାର 930 ଡୋଜ । ରାଜ୍ୟରେ ଆଜି (ରବିବାର) ଥିବାରୁ ମାତ୍ର 98ଟି ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.