ETV Bharat / city

ଆସନ୍ତାକାଲି ଠାରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

author img

By

Published : Dec 17, 2020, 9:43 PM IST

ଡିସେମ୍ବର ୧୮ ତାରିଖ ଅର୍ଥାତ ଆସନ୍ତାକାଲି ଖୋଲିବ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ରାଜ୍ୟ ଜନଜାତି ସଂଗ୍ରହାଳୟ ।

ଆସନ୍ତାକାଲି ଠାରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ
ଆସନ୍ତାକାଲି ଠାରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର: ଡିସେମ୍ବର ୧୮ ତାରିଖ ଅର୍ଥାତ ଆସନ୍ତାକାଲି(ଶୁକ୍ରବାର) ଖୋଲିବ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ରାଜ୍ୟ ଜନଜାତି ସଂଗ୍ରହାଳୟ । କୋଭିଡ-୧୯ କୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନଠାରେ ଏହି ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା ।

ଦର୍ଶକମାନଙ୍କ ପ୍ରବେଶ ନିମନ୍ତେ କୋଭିଡ -୧୯ ସଂକ୍ରମଣ ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ପରିସରକୁ ପ୍ରବେଶ କରିବା ପୂର୍ବରୁ ମୁଖ୍ୟ ପ୍ରବେଶ ଦ୍ୱାରରେ ସେମାନଙ୍କ ଶରୀରର ତାପମାତ୍ରା ଫୋରଦେବ୍ ସ୍କନର ମେସିନ୍ ଦ୍ଵାରା ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ପ୍ରତ୍ୟେକ ଦର୍ଶକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ ।

ସଂଗ୍ରହାଳୟରେ ପ୍ରତ୍ୟେକ ଦର୍ଶକ ସେମାନଙ୍କ ମଧ୍ୟରେ ଅତି କମ୍‌ରେ ୧୦ ଫୁଟ ଦୂରତା ରକ୍ଷା କରିବେ । ପ୍ରତ୍ୟେକ ଦର୍ଶକ ମୁଖ୍ୟ ପ୍ରବେଶ ପଥ ଓ ସଂଗ୍ରହାଳୟ ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜ କରିବେ । ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟରେ ବୁଲି ଦେବା ସମୟରେ କୌଣସି କୌଣସି ଜିନିଷକୁ ଛୁଇଁବା ନିଷେଧ କରାଯାଇଛି । ୬୫ ବର୍ଷରୁ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିଁ ।

ଏକ ସମୟରେ ୧୦ ଜଣ ଦର୍ଶକଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବ । ସେମାନଙ୍କ ମଧ୍ୟରୁ ପ୍ରଥମ ୫ ଜଣ ମୁଖ୍ୟ ସଂଗ୍ରହାଳୟ ଓ ତନ୍ମଧ୍ୟରୁ ଜଣେ ଲେଖାଏଁ ପ୍ରତ୍ୟେକ କକ୍ଷକୁ ପ୍ରବେଶ କରିପାରିବେ । ଅନ୍ୟ ୫ ଜଣ ପରିସରରେ ଥିବା ପାରମ୍ପରିକ ଜନଜାତି ଗୃହକୁ ଜଣଜଣ କରି ପ୍ରବେଶ କରିପାରିବେ । ସଂଗ୍ରହାଳୟ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିବା ୧୦ ଘଟିକାଠାରୁ ସନ୍ଧ୍ୟା ୫ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡଃ ଅବ୍ଳ ଦିହାରୀ ଓତା ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.