ETV Bharat / city

ଉତ୍ତମ ସେବା ପରିଚାଳନା ପାଇଁ ଘରୋଇକରଣ ହେଉଛି ପର୍ଯ୍ୟଟନ ପ୍ରକଳ୍ପ: ମନ୍ତ୍ରୀ

author img

By

Published : Dec 2, 2021, 6:42 PM IST

ରାଜ୍ୟର କେଉଁ କେଉଁ ପାନ୍ଥନିବାସ ଓ ଅନ୍ୟ କେଉଁ କେଉଁ ପର୍ଯ୍ୟଟନ ପ୍ରକଳ୍ପ(Privatization of tourism project)କୁ ଘରୋଇକରଣ କରାଯାଇଛି ? ଏହାବାଦ କରିବାକୁ ସରକାରଙ୍କ ଯୋଜନା ରହିଛି ? ସମ୍ପୃକ୍ତ ପ୍ରକଳ୍ପକୁ କାହିଁକି ଓ କାହା ସ୍ଵାର୍ଥରେ ଘରୋଇକରଣ ପାଇଁ କେବେ ନିଷ୍ପତ୍ତି ହୋଇଥିଲା ? ଏହିସବୁ ପ୍ରକଳ୍ପକୁ ଘରୋଇକରଣ କରିବା ପୂର୍ବରୁ ଏହାର ଉନ୍ନତି କରଣ ଅଥବା ଲାଭଜନକ ପାଇଁ ସମ୍ପୃକ୍ତ ବିଭାଗର ସଚିବ ମନ୍ତ୍ରୀ ଓ OTDC ଅଧ୍ୟକ୍ଷ ନିର୍ଦ୍ଦିଷ୍ଟ ଭାବେ କି କି ପଦକ୍ଷେପ ଗ୍ରହଣ କରିଥିଲେ ? ଅଧିକ ପଢନ୍ତୁ

tourism industry odisha
tourism industry odisha

ଭୁବନେଶ୍ବର: ରାଜ୍ୟର କେଉଁ କେଉଁ ପାନ୍ଥନିବାସ ଓ ଅନ୍ୟ କେଉଁ କେଉଁ ପର୍ଯ୍ୟଟନ ପ୍ରକଳ୍ପ(Privatization of tourism project)କୁ ଘରୋଇକରଣ କରାଯାଇଛି ? ଏହାବାଦ କରିବାକୁ ସରକାରଙ୍କ ଯୋଜନା ରହିଛି ? ସମ୍ପୃକ୍ତ ପ୍ରକଳ୍ପକୁ କାହିଁକି ଓ କାହା ସ୍ଵାର୍ଥରେ ଘରୋଇକରଣ ପାଇଁ କେବେ ନିଷ୍ପତ୍ତି ହୋଇଥିଲା ? ଏହିସବୁ ପ୍ରକଳ୍ପକୁ ଘରୋଇକରଣ କରିବା ପୂର୍ବରୁ ଏହାର ଉନ୍ନତି କରଣ ଅଥବା ଲାଭଜନକ ପାଇଁ ସମ୍ପୃକ୍ତ ବିଭାଗର ସଚିବ ମନ୍ତ୍ରୀ ଓ OTDC ଅଧ୍ୟକ୍ଷ ନିର୍ଦ୍ଦିଷ୍ଟ ଭାବେ କି କି ପଦକ୍ଷେପ ଗ୍ରହଣ କରିଥିଲେ ? ଏବଂ କେତେଥର ବିଫଳ ହୋଇଥିଲେ ? ଏସମ୍ପର୍କରେ ଆଜି ବିଧାନସଭା(Odisha Assembly)ରେ ସରକାରଙ୍କ ଠାରୁ ଜାଣିବା ପାଇଁ ଚାହିଁଥିଲେ ବିଧାୟକ ନବ ଚରଣ ମାଝୀ ।

ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ(Tourism Minister Odisha Jyoti Prakash Panigrahi) କହିଛନ୍ତି, ଓଡିଶା ପର୍ଯ୍ୟଟନ ପଲିସି ୨୦୧୬ (Odisha Tourism Policy 2016) ର ଗୁଣବତ୍ତା ପର୍ଯ୍ୟଟନ ପ୍ରକଳ୍ପ ଗୁଡିକୁ OTDC ମାଧ୍ୟମରେ ବା ଘରୋଇ ଉଦ୍ୟୋଗୀମାନଙ୍କ ସହଭାଗିତାରେ ପରିଚାଳନା କରିବା ପାଇଁ ବ୍ୟବସ୍ଥା ହୋଇଛି । ମନ୍ତ୍ରୀ କହିଛନ୍ତି ଉତ୍ତମ ସେବା ଓ ପରିଚାଳନା ପାଇଁ ତଥା ପର୍ଯ୍ୟଟକମାନଙ୍କୁ ଆଶାନୁରୂପ ସେବା ଯୋଗାଇଦେବା ପାଇଁ ପର୍ଯ୍ୟଟକ ମାନଙ୍କ ରହଣି ନିମନ୍ତେ ନିର୍ମାଣ କରାଯାଇଥିବା ଏହିଭଳି ପ୍ରକଳ୍ପ ଗୁଡିକୁ ସମସ୍ତ ଦିଗରୁ ତର୍ଜମା କରି ପର୍ଯ୍ୟାୟକ୍ରମେ ଘରୋଇକରଣ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଉଛନ୍ତି ।

ଏହିଭଳି ପ୍ରକଳ୍ପଗୁଡିକ ବର୍ତ୍ତମାନ ପାଇଁ ଚାଲୁ ରହିଥିବା ଘରୋଇକରଣ ପ୍ରକ୍ରୟାରେ ପାନ୍ଥନିବାସ , ବାଲେଶ୍ବରେ ୨ଟି, ଗୋପାଳପୁର ୩ଟି ପାନ୍ଥନିବାସ , ତପ୍ତପାଣି ୪ଟି ଘରୋଇ କରଣ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସଓ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.