ETV Bharat / city

ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର ପ୍ରଭାବ: IMD DG

author img

By

Published : Mar 16, 2022, 8:06 PM IST

୨୩ ତାରିଖ ସଂଧ୍ୟାରେ ବାଂଲାଦେଶ ଓ ମିଆଁମାର ଉପକୂଳ ଅତିକ୍ରମ କରିବ ବାତ୍ୟା । ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର ପ୍ରଭାବ । ସ୍ପଷ୍ଟ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର ପ୍ରଭାବ
ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର ପ୍ରଭାବ

ଭୁବନେଶ୍ବର: ଘୁର୍ଣ୍ଣିବଳୟ ପ୍ରଭାବରେ ଭାରତ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରି ୧୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନରେ ଏକ ୱେଲମାର୍କ ଲୋ-ପ୍ରେସର ରୂପ ନେବ । ଏହା ପରେ ଲଘୁଚାପ କ୍ରମେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୦ ସକାଳ ସୁଦ୍ଧା ଡିପ୍ରେସନ୍ ଏବଂ ୨୧ ମାର୍ଚ୍ଚରେ ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର ପ୍ରଭାବ

ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଓ ମିଆଁମାର ଉପକୂଳ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ସହ ଓଡିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ସ୍ପଷ୍ଟ ମଧ୍ୟ କରିଛନ୍ତି । ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା କି ପବନ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ଗତକାଲି ଅନୁଗୁଳରେ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

ଏଠାରେ ୩୯.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ୧୩ ସ୍ଥାନରେ ୩୮ଡ଼ିଗ୍ରୀ ଉପରେ ତାପମାତ୍ରା ରହିଥିଲା । ୧୮ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ଡ଼ିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.