ETV Bharat / city

ଏଣିକି ବିପର୍ଯ୍ୟୟ ପରିଚାଳନା ହେବ ସହଜ, ବ୍ୟବହାର ହେବ ହାଇ-ଟେକ୍ ଉପକରଣ - ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ବିପର୍ଯ୍ୟୟ ପରିଚାଳନା ପାଇଁ ହାଇ-ଟେକ୍ ଉପକରଣ ବ୍ୟବହାର କରିବ ରାଜ୍ୟ । ଏଥିପାଇଁ 55.22 କୋଟିର ଅତିରିକ୍ତ ଟଙ୍କା ହୋଇଛି ମଞ୍ଜୁର ।

ଏଣିକି ବିପର୍ଯ୍ୟୟ ପରିଚାଳନା ହେବ ସହଜ, ବ୍ୟବହାର ହେବ ହାଇ-ଟେକ୍ ଉପକରଣ

author img

By

Published : Oct 15, 2020, 10:08 AM IST

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା। ତେବେ ଏଥିରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁବା ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାଇ-ଟେକ୍ ଉପକରଣ, ତାଲିମ ଏବଂ ଦକ୍ଷତା ବିକାଶ ଉପରେ କାମ କରିବ ରାଜ୍ୟ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ତଥା ଶିଳ୍ପ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତିର ଆବଶ୍ୟକତାକୁ ବିଚାରକୁ ନେଇ ମୁଖ୍ୟ ଶାସନ ସଚିବ ହାଇ-ଟେକ୍ ଉପକରଣ ଏବଂ ଅଭିନବ ତାଲିମ ଉପରେ ଗୁରୁତ୍ବ ଦେଇଛନ୍ତି । ଏନେଇ ଆଉ 55.22 କୋଟିର ଅତିରିକ୍ତ ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରସ୍ତାବ ଉପରେ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଅନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ଯନ୍ତ୍ରର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ।

ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିଜର ପାରଦର୍ଶିତା ଦେଖାଇଥିବାରୁ ସେ ପ୍ରଂଶସା କରିଛନ୍ତି । ଏହାସହ ଅଗ୍ନିଶମ ବାହିନୀକୁ ଆହୁରି ସୁଦୃଢ କରିବାକୁ ସେ ଜୋର ଦେଇଛନ୍ତି ।

ସେପଟେ ଏସଆରସି ପ୍ରଦୀପ ଜେନା ଓଡିଶା ଅଗ୍ନିଶମ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗକୁ ନୂଆ ନୂଆ ସରଞ୍ଜାମ ଆସିଲେ ଏହା ପରିଚାଳନା କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି କହିଛନ୍ତି । ତେବେ 2020-21 ପାଇଁ ହାଇ-ଟେକ୍ ଉପକରଣ ଏବଂ ଅଭିନବ ତାଲିମ କ୍ଷେତ୍ରରେ ସମୁଦାୟ 205.21 କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଆଉ 55.22 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଅନ୍ୟପଟେ 25 ରାଜ୍ୟରେ 814ଟି ଆଶ୍ରୟସ୍ଥଳୀ ହୋଇଥିବା ବୈଠକରୁ ଜଣାପଡିଛି । ଏଥିମଧ୍ୟରୁ 23 ଜିଲ୍ଲାର 795ଟି ଆଶ୍ରୟସ୍ଥଳୀର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ 45 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.