ETV Bharat / city

ବିଶେଷ ଷ୍ଟିଲ ବିନିଯୋଗରେ ଜାପାନ, ଦକ୍ଷିଣ କୋରିଆ ସମକକ୍ଷ ହେବ ଓଡିଶା

author img

By

Published : Sep 24, 2021, 10:22 PM IST

Updated : Sep 24, 2021, 10:56 PM IST

ରାଜ୍ୟରେ ବଢିବ ଷ୍ଟିଲ ଉତ୍ପାଦନ କ୍ଷମତା । ଏନେଇ ନୂତନ ଭାବେ ଆରମ୍ଭ କରାଯାଇଛି ପ୍ରଡକ୍ଟ ଲିଙ୍କ ଇନ୍ସେଟିଭ (PLI) । ବିଶେଷ ଷ୍ଟିଲ ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୮ ମେଟ୍ରିକ ଟନରୁ ୬୦ ମେଟ୍ରିକ ଟନକୁ ବୃଦ୍ଧି କରିବାରେ ସହାୟକ ହେବ । ଅଧିକ ପଢନ୍ତୁ...

ବିଶେଷ ଷ୍ଟିଲ ବିନିଯୋଗରେ ଜାପାନ, ଦକ୍ଷିଣ କୋରିଆ ସମକକ୍ଷ ହେବ ଓଡିଶା
ବିଶେଷ ଷ୍ଟିଲ ବିନିଯୋଗରେ ଜାପାନ, ଦକ୍ଷିଣ କୋରିଆ ସମକକ୍ଷ ହେବ ଓଡିଶା

ଭୁବନେଶ୍ବର: ରାଜ୍ୟରେ ବଢିବ ଷ୍ଟିଲ ଉତ୍ପାଦନ କ୍ଷମତା । ଏନେଇ ନୂତନ ଭାବେ ଆରମ୍ଭ କରାଯାଇଛି ପ୍ରଡକ୍ଟ ଲିଙ୍କ ଇନ୍ସେଟିଭ (PLI) । ବିଶେଷ ଷ୍ଟିଲ ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୮ ମେଟ୍ରିକ ଟନରୁ ୬୦ ମେଟ୍ରିକ ଟନକୁ ବୃଦ୍ଧି କରିବାରେ ସହାୟକ ହେବ । ଏହାସହ ଅନ୍ୟ ଷ୍ଟିଲ କମ୍ପାନୀଙ୍କୁ ଓଡିଶାରେ ନିଜ ୟୁନିଟ ସ୍ଥାପନା ଦିଗରେ ବାଟ କଢ଼ାଇବ । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । FICCI ଓ IPICOLର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଏକ ୱେବିନାର । ଓଡ଼ିଶାର ବିଶେଷ ଷ୍ଟିଲ ଶିଳ୍ପ ପାଇଁ Production Linked Incentive(PLI) ସମ୍ପର୍କିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଓଡ଼ିଶାର ପ୍ରଲୁବ୍ଧ ଖଣିଜ ପଦାର୍ଥ, ଉନ୍ନତ ନୀତିଗତ ଢାଞ୍ଚା ଓ ମାନବ ସମ୍ବଳ ଏବଂ ଏକ ସ୍ଥିର ସରକାର ରାଜ୍ୟରେ ଷ୍ଟିଲ ଶିଳ୍ପର ଉନ୍ନତି ଦିଗରେ ବିଶେଷ ସହାୟକ ହେଉଛି । ସ୍ୱତନ୍ତ୍ର ଇସ୍ପାତ ଶିଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ୬,୩୨୨ କୋଟି ଟଙ୍କା PLI ଯୋଜନାକୁ ଅନୁଦାନ ଦେଇଛି । ଯାହା ଅନ୍ୟୁନ ୪୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କୁ ଆକର୍ଷିତ କରିବ । ଦେଶର ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନେଉଥିବା ଓଡିଶା ମଧ୍ୟ ଏହି ଯୋଜନା ଅନ୍ତର୍ଗତ ଆବଶ୍ୟକୀୟ ସହାୟତା ବୃଦ୍ଧି କରି ନିଜର ଉତ୍ପାଦନ କ୍ଷମତା ଦ୍ବିଗୁଣିତ କରିପାରିବ ।

ଭାରତର ଅଗ୍ରଣୀ ଇସ୍ପାତ ଶିଳ୍ପପତିଙ୍କ ଉପସ୍ଥିତିରେ ଏହି ଭର୍ଚୁଆଲ ବୈଠକ ଆୟୋଜିତ କରାଯାଇଛି । ଇପିକଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁପିନ୍ଦର ସିଂ ପୁନିଆ ଓଡିଶା ରାଜ୍ୟକୁ ଶିଳ୍ପ ଅନୁକୁଳ କରିବା ପାଇଁ ଆବଶ୍ୟକୀୟ ସଂସ୍କାର ଓ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି । ଶିଳ୍ପ କ୍ଷେତ୍ର ସହ ଜଡିତ ସମସ୍ତ କମ୍ପାନୀ ମାନଙ୍କୁ ଓଡିଶା ପରିଦର୍ଶନରେ ଆସି ଏଠାରେ ଉପଲବ୍ଧ ଥିବା ବିନିଯୋଗ ସୁବିଧାର ଅନୁସନ୍ଧାନ କରିବାକୁ ସେ ଆମନ୍ତ୍ରଣ କରିଛନ୍ତି । ସମ୍ଭାବ୍ୟ ନିବେଶକଙ୍କୁ PLI ଯୋଜନା ଏବଂ ଉନ୍ନତ ଶିଳ୍ପ ସ୍ଥାପନା ଦିଗରେ ଓଡ଼ିଶାରେ ଉପଲବ୍ଧ ସୁବିଧା ଓ ସୁଯୋଗ ସମ୍ପର୍କିତ ଏକ ଉପସ୍ଥାପନା ପ୍ରଦର୍ଶନ କରାଯାଇଛି ।

ଓଡିଶା କ୍ରମାଗତ ଭାବେ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ଲାଗିଛି । ୨୦୦୦ ମସିହାରେ ଯେଉଁଠି ବାର୍ଷିକ ୨ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ସେଠି ଆଜି ବାର୍ଷିକ ୨୦ ମେଟ୍ରିକ ଟନ ଉତ୍ପାଦନ ହେଇପାରୁଛି । ଡାଉନଷ୍ଟ୍ରିମ ସେକ୍ଟରରେ ନୂତନ ସୁଯୋଗ ସହିତ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ୨୦୩୦ରେ ଭାରତର ଇସ୍ପାତ ହବରେ ପରିଣତ ହେବାକୁ ଯାଉଛି ଓଡିଶା । ଏହି ୱେବିନାରରେ ଅନେକ ଅଗ୍ରଣୀ ଶିଳ୍ପପତିଙ୍କ ସମେତ ବହୁ କେନ୍ଦ୍ର ତଥା ରାଜ୍ୟର ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । JSPLର MD ଭି.ଆର ଶର୍ମା, SRTMIର ନିର୍ଦ୍ଦେଶକ ମୁକେଶ କୁମାର, IPICOLର CGM କଲ୍ୟାଣ ମହାନ୍ତି, ବିତର ନିର୍ଦ୍ଦେଶକ ଏନ. ଗୌରୀଶଙ୍କର ରାଓ ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 24, 2021, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.