ETV Bharat / city

ECMO ହବ ହେବ ଓଡିଶା, ଅଗଷ୍ଟ ସୁଦ୍ଧା SCBରେ ହେବ କାର୍ଯ୍ୟକ୍ଷମ - ଡିଏମଇଟି ସିବିକେ ମହାନ୍ତି

ECMO ହବ ହେବ ଓଡିଶା । ଅଗଷ୍ଟ ସୁଦ୍ଧା SCBରେ କାର୍ଯ୍ୟକ୍ଷମ ହେବ ଇକମୋ ମେସିନ । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ....

ECMO ହବ ହେବ ଓଡିଶା, ଅଗଷ୍ଟ ସୁଦ୍ଧା SCBରେ ହେବ କାର୍ଯ୍ୟକ୍ଷମ

author img

By

Published : Jul 24, 2021, 6:26 PM IST

ଭୁବନେଶ୍ବର : ରାଜ୍ୟ ହେବ ECMO ହବ । ଅଗଷ୍ଟ ସୁଦ୍ଧା SCBରେ କାର୍ଯ୍ୟକ୍ଷମ ହେବ ECMO ମେସିନ । ଦୁଇ ସପ୍ତାହ ମଧ୍ୟରେ SCBରେ ଏହି ମେସିନ କର୍ଯ୍ୟକ୍ଷମ କରିବା ପାଇଁ ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ECMO ହବ ହେବ ଓଡିଶା, ଅଗଷ୍ଟ ସୁଦ୍ଧା SCBରେ ହେବ କାର୍ଯ୍ୟକ୍ଷମ

ଡିଏମଇଟି କହିଛନ୍ତି, ରାଜ୍ୟରେ ଇକମୋ ମେସିନ କିଛି ଆସି ପହଞ୍ଚି ସାରିଲାଣି । ଏନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏକ ସପ୍ତାହରୁ 2 ସପ୍ତାହ ଏଥିପାଇଁ ସମୟ ଲାଗିପାରେ । ଯେଉଁମାନଙ୍କୁ ନିଯୁକ୍ତି କରାଯାଇଛି ସେମାନଙ୍କର 3 ବର୍ଷର ଅଭିଜ୍ଞତା ରହିଛି । ସମସ୍ତଙ୍କୁ କଲିକତା ଇକମୋ ପ୍ରଶିକ୍ଷଣ ପାଇଁ ପଠାଯିବା ସହ ଯୁଦ୍ଧକଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ଡିଏମଇଟି ସୂଚନା ଦେଇଛନ୍ତି ।

ସେହିପରି ଯଦି ଆବଶ୍ୟକ ହୁଏ ଏହି ଚିକିତ୍ସା ଅନ୍ୟ ହସ୍ପିଟାଲରେ କରାଯିବ ବୋଲି ଡିଏମଇଟି କହିଛନ୍ତି । ଗତକାଲି SCBକୁ ଗୋଟିଏ ଇକମୋ ମେସିନ ଆସି ପହଞ୍ଚିଛି । ବାକି ଇକମୋ ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବାର ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ମାସରେ ସମସ୍ତ ଇକମୋ ମେସିନ କାର୍ଯ୍ୟକ୍ଷମ ହେବା ନେଇ ଡିଏମଇଟି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.