ETV Bharat / city

ରାଜ୍ୟରେ କୋରୋନା ଅପଡେଟ: 2190 ଟେଷ୍ଟ, 40 ପଜିଟିଭ - କୋରୋନା ଓଡିଶା

ରବିବାର ସୁଦ୍ଧା 1888ଟି ଟେଷ୍ଟ ହୋଇଥିଲା । ସୋମବାର ରାତି 11ଟା ସୁଦ୍ଧା ଆଉ 302ଟି ନମୁନାର ରିପୋର୍ଟ ଆସିଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ଅପଡେଟ: 2190 ଟେଷ୍ଟ, 40 ପଜିଟିଭ

author img

By

Published : Apr 7, 2020, 1:20 AM IST

ଭୁବନେଶ୍ବର: ରାଜ୍ୟରେ ସୋମବାର କୋରୋନାରେ ଆଉ ଜଣେ ପଜିଟିଭ ବାହାରିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 40କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ମୋଟ 2190ଟି ନମୁନା ପରୀକ୍ଷା ହୋଇଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟରରେ ଏହି ସୂଚନା ଦିଆଯାଇଛି । ଏହା ଅନୁସାରେ ଓଡିଶାରେ ଏପର୍ଯ୍ୟନ୍ତ 2190ଟି ଟେଷ୍ଟରୁ 40ଟି ପଜିଟିଭ ଆସିଛି । ରବିବାର ସୁଦ୍ଧା 1888ଟି ଟେଷ୍ଟ ହୋଇଥିଲା । ସୋମବାର ରାତି 11ଟା ସୁଦ୍ଧା ଆଉ 302ଟି ନମୁନାର ରିପୋର୍ଟ ଆସିଛି ।

ଆରଏମଆରସିରେ 261ଟି ନମୁନା ପରୀକ୍ଷା ହୋଇଛି । ବାକି ଏମ୍ସରେ 36ଟି ଟେଷ୍ଟ ହୋଇଛି । ସେହିପରି କଟକ ଏସସିବିରେ 5ଟି ପରୀକ୍ଷା ହୋଇଛି । ଏବେ ସୁଦ୍ଧା ମୋଟ 2190 ନମୁନା ପରୀକ୍ଷା ହୋଇଛି । ଏଥିରୁ 2 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ବାକି 38 ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । ଏଥିରୁ ଭୁବନେଶ୍ବରରେ ଅଧିକ ଆକ୍ରାନ୍ତ ରହିଛନ୍ତି ।

ସୌଜନ୍ୟ@HFWOdisha

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.