ETV Bharat / city

ଉପଭୋକ୍ତାଙ୍କୁ ଆଶ୍ବସ୍ତି, ବଢିବନି ବିଦ୍ୟୁତ ବିଲ - no hike in electricity dues

ଚଳିତ ବର୍ଷ ରାଜ୍ୟରେ ବଢିବନି ବିଦ୍ୟୁତ ଦର । 2019-20 ଆର୍ଥିକ ବର୍ଷ ପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 11, 2019, 9:27 PM IST

ଭୁବନେଶ୍ବର: ବିଦ୍ୟୁତ ଉପଭକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ବଢିବନି ବିଜୁଳି ଦର । ପୂର୍ବ ବର୍ଷର ଦର ଭଳି 2019-20 ଆର୍ଥିକ ବର୍ଷ ପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଛି । ତେବେ ଜୁନ୍ ପହିଲାରୁ ନୂଆ ଶୁଳ୍କ ଲାଗୁ ହେବ । ଗତବର୍ଷ ମଧ୍ୟ ଖୁଚରା ବିଦ୍ୟୁତ ଶୁଳ୍କ ଯାହାକୁ ସାଧାରଣ ଖାଉଟି ବ୍ୟବହାର କରିଥାନ୍ତି ତା ଉପରେ କୌଣସି ଶୁଳ୍କ ବଢି ନଥିଲା ।

ପୂର୍ବରୁ ଓଇଆରସି ପକ୍ଷରୁ ବିଜୁଳି ତାରିଫ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଚଳିତବର୍ଷ ସାଧାରଣ ନିର୍ବାଚନ ତଥା ଆଚରଣ ବିଧି ନିୟମ ଲାଗୁ ହେବା ଯୋଗୁଁ ଏହା ସାର୍ବଜନିନ ହୋଇନଥିଲା । ରାଜ୍ୟର ସମସ୍ତ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଲାଗି ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଡ଼ିଜିଟାଲ ବିଲ୍ ପେମେଣ୍ଟ କଲେ ପୂର୍ବରୁ ୧ ପ୍ରତିଶତ ରିବେଟ୍ ମିଳୁଥିବା ବେଳେ ଏହାକୁ ଏବେ ୨ ପ୍ରତିଶତ କରାଯାଇଛି । ସେହିଭଳି ବର୍ଷତମାମ ସଠିକ୍ ବିଲ୍ ପେମେଣ୍ଟ କରୁଥିବା ଉପଭୋକ୍ତା ମାନଙ୍କୁ ମାର୍ଚ୍ଚ ମାସ ରିବେଟର ଦୁଇଗୁଣା ରିବେଟ୍ ମିଳିବ ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ଏଥର ବଢ଼ିଲାଣି ବିଦ୍ୟୁତ ଶୁଳ୍କ। 2019 20 ଆର୍ଥିକ ବର୍ଷ ପାଇଁ ଓଡିଶା ବିଦ୍ୟୁତ ନିୟମକ ଆୟୋଗ ଏହି ଡର ଅପରିବର୍ତ୍ତିତ ରଖିଛନ୍ତି। ଜୁନ ପହିଲାରୁ ନୂଆ ଶୁଳ୍କ ଲାଗୁ ହେବ। ଗତବର୍ଷ ମଧ୍ୟ ଖୁଚରା ବିଦ୍ୟୁତ ଶୁଳ୍କ ଯାହାକୁ ସାଧାରଣ ଖାଉଟି ବ୍ୟବହାର କରିଥାନ୍ତି ତା ଉପରେ କୌଣସି ଶୁଳ୍କ ବଫାହି ନଥିଲା।

Body:ହହ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.