ETV Bharat / city

ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ: ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଦାବି

author img

By

Published : May 17, 2022, 9:55 PM IST

ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ । କେବଳ ଦଶମ ଶ୍ରେଣୀ ନୁହଁ ଅନ୍ୟ ସମସ୍ତ ଶ୍ରେଣୀରେ ବି ପିଲା ଛାଡୁଛନ୍ତି ସ୍କୁଲ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ: ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଦାବି
ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ: ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଦାବି

ଭୁବନେଶ୍ବର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ । କେବଳ ଦଶମ ଶ୍ରେଣୀ ନୁହଁ ଅନ୍ୟ ସମସ୍ତ ଶ୍ରେଣୀରେ ବି ପିଲା ସ୍କୁଲ ଛାଡୁଛନ୍ତି । ଯେଉଁ ଗାଁରେ ପିଲା ସଂଖ୍ୟା କମ ଯୋଗୁଁ ସ୍କୁଲ ବନ୍ଦ କରାଯାଇଛି ସେଠି ସ୍କୁଲ ଖୋଲନ୍ତୁ । ନିଜ ଗାଁରେ ସ୍କୁଲ ବନ୍ଦ ଯୋଗୁଁ ଅନ୍ୟ ସ୍କୁଲକୁ ଯାଉନଥିବା କହିଛନ୍ତି ଅଭିଭାବକ ମହାସଙ୍ଘ ଅଧକ୍ଷ ବସୁଦେବ ଭଟ୍ଟ ।

କୋରୋନା ମହାମାରୀ କାରଣରୁ ବନ୍ଦ ଥିବା ସ୍କୁଲ ଖୋଲିବା ପରେ ପ୍ରାୟ 30 ପ୍ରତିଶତ ପିଲା ସ୍କୁଲ ଆସୁନଥିବାରୁ ସମ୍ପୃକ୍ତ ଅଞ୍ଚଳର ଶିକ୍ଷକମାନେ ଘରକୁ ଘର ଯାଇ ସେହି ପିଲାମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବେ । ଦୀର୍ଘ ପ୍ରାୟ 2 ବର୍ଷ ପରେ ସ୍କୁଲ ଖୋଲା ଯାଇଥିଲେ ମଧ୍ୟ ମାତ୍ର 70 ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସୁଥିବାରୁ ବାକି 30 ପ୍ରତିଶତ ପିଲାଙ୍କ ଅନୁପସ୍ଥିତିକୁ ନେଇ ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଏହି ପିଲାମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ପଞ୍ଚସୂତ୍ରୀ ଫର୍ମୁଲା ଆପଣାଇବାକୁ ପରାମର୍ଶ ଦେଇଛନ୍ତି ।

ଶିକ୍ଷକମାନଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି । ସେମାନେ ଅନୁପସ୍ଥିତ ପିଲାଙ୍କ ଘରକୁ ଯାଇ ସେମାନଙ୍କ ପିତାମାତା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲକୁ ଆଣିବେ । ରାଜ୍ୟ ସରକାର ମାଗଣା ବହି, ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ସାଇକେଲ ଓ ବୃତ୍ତି ଆଦି ଦେଉଥିବା ନେଇ ସଚେତନ କରାଇ ପିଲାମାନଙ୍କୁ ସ୍କୁଲ ଆଣିବା ଦିଗରେ କାର୍ଯ୍ୟ କରିବେ । ଏହାକୁ ନେଇ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, 'ଏତେ ମାତ୍ରାରେ ଛାତ୍ରଛାତ୍ରୀ କ୍ଲାସରେ ଉପସ୍ଥାନ ନରହିବା ପ୍ରସଙ୍ଗକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଭାଗକୁ ଚିଠି କରାଯାଇଥିଲା । ଯାହା ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ।' ତେଣୁ କାହିଁକି ପିଲାମାନେ ଅନୁପସ୍ଥିତ ରହିଲେ କେଉଁଠି ଅଛନ୍ତି କେତେ ମାତ୍ରାରେ ଅନୁପସ୍ଥିତ ରହିଛନ୍ତି ସେନେଇ ପୁନର୍ବାର ସମସ୍ତଙ୍କୁ ରିମାଇଣ୍ଡର ଚିଠି କରାଯିବ ବୋଲି କହିଛନ୍ତି ।

ରାଜ୍ୟ ଅଭିଭାବକ ସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, 'ଆମେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ କଥା ହେଇଛୁ । ଯେଉଁ ଗାଁରେ ସ୍କୁଲ ବନ୍ଦ କରାଯାଇଛି ପିଲାସଂଖ୍ୟା କମ ଯୋଗୁଁ ସେଠି ପୁନର୍ବାର ସ୍କୁଲ ଖୋଲନ୍ତୁ । ପିଲାମାନେ ଗାଁରେ ସ୍କୁଲ ବନ୍ଦ ଯୋଗୁଁ ଅନ୍ୟ ଗାଁକୁ ପଢିବାକୁ ଯାଉ ନାହାଁନ୍ତି । ବିଭାଗୀୟ ସଚିବ ବି କଥା ଦେଇଛନ୍ତି ଆବଶ୍ୟକ ସ୍ଥଳେ ବନ୍ଦ ସ୍କୁଲ ପୁଣି ଖୋଲାଯିବ । ଆମେ ଚେଷ୍ଟା କରୁଛୁ ଅନ୍ତତଃ କିଛି ପିଲାକୁ ପୁଣି ସ୍କୁଲ ଫେରାଇ ଆଣିବାକୁ ।'

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.