ETV Bharat / city

ମମିତା ମର୍ଡର ମିଷ୍ଟ୍ରି; ନିନ୍ଦା କଲେ ସାଂସଦ ଅପରାଜିତା, CBI ତଦନ୍ତ ଦାବି କଲେ ବିରୋଧୀ

author img

By

Published : Oct 20, 2021, 8:50 AM IST

Updated : Oct 20, 2021, 9:08 AM IST

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ନେଇ ସରଗରମ ରାଜ୍ୟ ରାଜନୀତି । ଏହି ମୃତ୍ୟୁ ମାମଲାକୁ କେନ୍ଦ୍ରକରି ମହିଳାଙ୍କ ବିରୋଧି ଅପରାଧରେ ଓଡିଶା ଦ୍ବିତୀୟ ବୋଲି କହି ପରୋକ୍ଷରେ ସରକାରଙ୍କୁ କଟାକ୍ଷ କଲେ ସାଂସଦ ଅପରାଜିତା । ସେପଟେ ମାମଲାର CBI ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରୀ; ନିନ୍ଦା କଲେ ସାଂସଦ ଅପରାଜିତା, CBI ତଦନ୍ତ ଦାବି କଲେ ବିରୋଧ ଦଳ ନେତା

ଭୁବନେଶ୍ବର: ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ନେଇ ଉଠୁଛି ପଡୁଛି ରାଜ୍ୟ । ଚାରିଆଡେ ହୋହାଲ୍ଲା । ସବୁଠୁ ବଡ କଥା ହେଉଛି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ତୁମ୍ବି ତୋଫାନ କରୁଛନ୍ତି ବିରୋଧୀ । ବିରୋଧୀ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ବିଭିନ୍ନ ସଙ୍ଗଠନ ମଧ୍ୟ ମମିତାଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପରୋକ୍ଷ ଭାବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

  • In crimes against women,Odisha has the distinction of being the 2nd BEST in the country- the latest NCRB report says. No wonder,a lady warden of a school has been murdered and a Minister is implicated.This is horrible.WOMEN ARE UNSAFE HERE. Will national media take note? pic.twitter.com/xG9IjHxega

    — Aparajita Sarangi, Member of Parliament (@AprajitaSarangi) October 19, 2021 " class="align-text-top noRightClick twitterSection" data=" ">

ସାଂସଦ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ଓଡିଶାରେ ବର୍ତ୍ତମାନ ମହିଳା ଅସୁରକ୍ଷିତ । NCRB ରିପୋର୍ଟ ଅନୁଯାୟୀ, ଓଡିଶା ମହିଳା ଶୋଷଣରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ପରିଚୟ ପାଇଛି । ରାଜ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଛି ଏବଂ ଏଥିରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି । ଯାହା ଅତ୍ୟନ୍ତ ଭୟଙ୍କର । ଏହି ମୃତ୍ୟୁ ଘଟଣା ପ୍ରତି ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବ କି ବୋଲି ଟ୍ବିଟ୍ ଯୋଗେ ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମଧ୍ୟ ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ମହାଲିଙ୍ଗ ସନସାଇନ ସନସାଇନ ସ୍କୁଲ ଛାତ୍ରୀଙ୍କୁ ଶାରୀରିକ ଶୋଷଣ ଓ ତାଙ୍କ ସହ ଅନୈତିକ କାର୍ଯ୍ୟ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବା ଦରକାର । ଏହା ସହିତ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ପ୍ରଦୀପ୍ତ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 20, 2021, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.