ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ । ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଛି ମନ୍ତ୍ରୀ ପରିଷଦ ବୈଠକ ।
ଭିସି ଜରିଆରେ ନବୀନ ନିବାସରୁ ବୈଠକର ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ମନ୍ତ୍ରୀ ମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହୋଇଛନ୍ତି । ନବୀନଙ୍କ ନେତୃତ୍ବରେ ବିଜେଡି ସରକାରର ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ବସିଛି ବୈଠକ । ରାଜ୍ୟରେ କୋରୋନା ମୁକାବିଲା ସହ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବଂ ରିଲିଫ କାର୍ଯ୍ୟ ନେଇ ମନ୍ତ୍ରୀମାନଙ୍କୁ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ